ରାୟପୁର: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ୧୦୪ ଘଣ୍ଟାର ଅପରେସନ ପରେ ବୋରଓ୍ୱେଲରେ ଫଶିଥିବା ଦିବ୍ୟାଙ୍ଗ ରାହୁଲ୍ ସାହୁଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍। ଛତିଶଗଡ ଜାଞ୍ଜଗିର ଜିଲ୍ଲାର ପିହରିଦ ଗାଁରେ ଶୁକ୍ରବାର ସଂଧ୍ୟାରେ ଖେଳୁଥିବା ବେଳେ ବୋରଓ୍ୱେଲ ଭିତରେ ଖସିପଡିଥିଲେ ରାହୁଲ। ଏହାପରେ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା।
ପାଣିରେ ପାଞ୍ଚ ଦିନ ରହିବା ପରେ ମଧ୍ୟ ରାହୁଲ ସତେଜ ରହିଛି । ଉଦ୍ଧାରକାରୀ ଟିମକୁ ଦେଖୁଥିବାର ଏକ ଫଟୋ ସାମ୍ନାକୁ ଆସିଛି। ରାହୁଲକୁ ଏବେ ଅକ୍ସିଜେନ ଦିଆଯାଇ ଆମ୍ବୁଲାନ୍ସ ଜରିଆରେ ନିଆଯାଇଛି।
ପ୍ରଥମେ ଏନଡିଆରଏଫ ଟିମ୍ ଆସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା। କିନ୍ତୁ ରାହୁଲଙ୍କ ପାଖରେ ପହଞ୍ଚିବା ଅସୁବିଧା ହେବାରୁ ଭାରତୀୟ ସେନା ଆସି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା। ଆଉ ଶେଷରେ ରାତି ୧୧ଟା ୨୦ ମିନିଟ ସମୟରେ ଉଦ୍ଧାରକାରୀ ଟିମ୍ ଦଶ ବର୍ଷର ବାଳକ ରାହୁଲଙ୍କ ପାଖରେ ପହଞ୍ଚିଥିଲେ। ଏହି ସମୟରେ ରାହୁଲ ନିଃଶ୍ୱାସ ପ୍ରଶ୍ୱାସ ନେଉଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଫିସ ଟୁଇଟ୍ କରି କହିଛି, ଉଦ୍ଧାର ବେଳେ ରାହୁଲ ଯେଉଁଠି ଥିଲେ ସେଠାରେ ଏକ ସାପ ମଧ୍ୟ ପ୍ରବେଶ କରିଥିଲା। ହେଲେ ରାହୁଲଙ୍କୁ ଦେଖିବାପରେ କୌଣସିମତେ ସାପଟି ପଳାଇଯାଇଥିଲା। ରାଜ୍ୟପାଳ ମଧ୍ୟ ରାହୁଲଙ୍କୁ ଉଦ୍ଧାର କରିଥିବା ଟିମକୁ ପ୍ରଶଂସା କରିଛନ୍ତି।
ରାହୁଲଙ୍କୁ ଏବେ ଏକ ସ୍ୱତନ୍ତ୍ର ଟିମ୍ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ବିଳାଶପୁର ସ୍ଥିତ ଆପୋଲେ ହସ୍ପିଟାଲ ନେବେ । ସେଠାରେ ସିଡିଏମଓ ପହଞ୍ଚି ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଇନ୍ଦିରା ମିଶ୍ର ରାହୁଲଙ୍କ ଚିକିତ୍ସା କରିବେ। ଏଥିପାଇଁ ଏକ ଟିମ୍ ମଧ୍ୟ ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ।
ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଏହି ମିଶନ ଆରମ୍ଭ କରିଥିଲା ପ୍ରଶାସନ। ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାରା ଦେଶ ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ କରିଥିଲା। ଯାହାକି ଏବେ ସଫଳ ହୋଇଛି।
ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଆଜି ସକାଳ ସମୟରୁ ୮ ଇଞ୍ଚ ଦୂରତା ଥିଲା। କିନ୍ତୁ ଏହି ୮ ଇଞ୍ଚ ପଥରକୁ ଭାଙ୍ଗି ରାହୁଲଙ୍କ ପାଖରେ ପହଞ୍ଚିୁବା କାଠିକର ଥିଲା। ଏହାପରେ ଏନଡିଆରଏଫ ଟିମ୍ ସେନାର ସହାୟତା ନେଇଥିଲା। ପରେ ଟନେଲ ଖୋଳି ସେନା ଅଧିକାରୀ ଭିତରକୁ ଯାଇଥିଲେ।
Comments are closed.