Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ନଜର ପକାଇବା କଣ ରହିଛି ଆଜି ଦିନ ତମାମ ଖବର: 
  • ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ , ଦିଲ୍ଲୀ ଗସ୍ତ ପୂର୍ବରୁ ଆସିଲା ମୁୂଖ୍ୟମନ୍ତ୍ରୀଙ୍କ ଇଟଲୀ ଓ ଦୁବାଇ ଗସ୍ତ ସୂଚୀ । ୨୦ରୁ ଆରମ୍ଭ ହେବ ପ୍ରତିନିଧି ମଣ୍ଡଳୀ ସହ ବିଦେଶ ଗସ୍ତ । ୱାର୍ଲଡ ଫୁଡ଼ କାର୍ଯ୍ୟକ୍ରମରେ ଯୋଗ ଦେବେ । 
  • ବଢିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ବିବାହ ବିବାଦ , ପ୍ରତିଶ୍ରୁତି ଦେଇ କୋର୍ଟଙ୍କୁ ବିବାହ ପାଇଁ ଆସିଲେ ନାହିଁ ବିଧାୟକ , ଜଗତସିଂହପୁରରେ ଥାନାରେ ଏତଲା ଦେଲେ ପ୍ରେମିକା , ଠକେଇ ଏବଂ ପ୍ରତାରଣାର ଅଭିଯୋଗ ।
  • ରଥଯାତ୍ରା ପାଇଁ ସ୍ୱତନ୍ତ୍ର ସମନ୍ୱୟ ବୈଠକ। ଭର୍ଚୁୁଆଲରେ ଅଧ୍ୟକ୍ଷତା କଲେ ମୁଖ୍ୟମନ୍ତ୍ରୀ। ୧୦ଲକ୍ଷ ଭକ୍ତ ସମାଗମ ଥିବାରୁ ପ୍ରସ୍ତୁି କରିବା ପାଇଁ ନିଷ୍ପତ୍ତି। ସେପଟେ ରଥଖଳାରେ ଜାରସୋରେରେ ଚାଲିଛି ରଥ କାମ ।
  • ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସରେ ଅଗ୍ରାଧିକାର। ଆସାମ ରାଇଲ୍ସରେ ମିଳିବ ୧୦ ପ୍ରତିଶତ ସରଂକ୍ଷଣ। ନିଯୁକ୍ତ ି ବେଳେ ସର୍ବଧିକ ବୟସ ୩ବର୍ଷ କୋହଳ। ପ୍ରଥମ ବ୍ୟାଚକୁ ମିଳିବ ୫ବର୍ଷ କୋହଳ। ସେପଟେ ବିକ୍ଷୋଭକୁ ଦେଖି ସେନା ମୁଖ୍ୟଙ୍କ ସହ ରାଜନାଥଙ୍କ ବୈଠକ
  • ଜଳେଶ୍ୱର ବିଡିଓଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ୬ଟି ସ୍ଥାନରେ ଚଢ଼ାଉ  । ବିଡିଓ ଅଶ୍ୱିନୀ ଦାସଙ୍କ ନାଁରେ ରହିଛି ୨୪ଟି ପ୍ଲଟ୍ । ଗୋଟିଏ ତିନି ମହଲା କୋଠାର ଦାମ ୧ କୋଟି ୨୨ ଲକ୍ଷ ଟଙ୍କା ଥିବା ବେଳେ, ଗୋଟିଏ ଦୁଇ ମହଲା କୋଠାର ଦାମ ରହିଛି ୧ କୋଟି ୧୦ ଲକ୍ଷ ଟଙ୍କା । ଅନ୍ୟ ସ୍ଥାନଗୁଡିକରେ ଚାଲିଛି ଖୋଳତାଡ
  • ପରକିୟା ପ୍ରୀତି ସନ୍ଦେହରେ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀର ତଣ୍ଟି କାଟିଦେଲା ସ୍ଵାମୀ । ବଲାଙ୍ଗୀର ବେଲପଡ଼ା ଥାନା ବାହାବଳ ଗାଁର ଅଘଟଣ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରୀରେ ତଣ୍ଟି କାଟିଦେଇ ନୃସଂଶ ସ୍ଵାମୀ ଫେରାର୍ । ପୀଡ଼ିତାଙ୍କ ପରିବାର ଭୟରେ ଏପର୍ଯ୍ୟନ୍ତ ଥାନାରେ କରିନାହାନ୍ତି ଅଭିଯୋଗ  ।
  • ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ । ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ।  ଗ୍ରାହକଙ୍କ କାର୍ଡ ସୁରକ୍ଷା ଦୃଷ୍ଟିରୁ ନୂଆ ନିୟମ ଅନୁସାରେ ଗ୍ରାହକଙ୍କ କୌଣସି ତଥ୍ୟ ରଖିପାରିବ ନାହିଁ ମର୍ଚ୍ଚେଣ୍ଟ ସଂସ୍ଥା । ତା ବଦଳରେ ପେମେଣ୍ଟରେ ନୂଅ ବ୍ୟବସ୍ଥା  ଟୋକନାଇଜେସନ୍  କରାଯାଇଛି ।
  • ସୁଧୁରୁନି ଆସାମର ପରିସ୍ଥିତି, ଏଯାଏଁ ପାଣି ଘେରରେ ନ୍ତସନ୍ତ ହେଉଛନ୍ତି ୨୫ଜିଲ୍ଲାର ୧୧ଲକ୍ଷ ଲୋକ । ନଦୀରେ ବଢୁଥିବା ଜଳସ୍ତର ଯୋଗୁଁ ହଜାର ହଜାର ଗାଁରେ ବନ୍ୟା ପରିସ୍ଥିତି ଲାଗିରହିଛି । ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ, ସୁଧୁରୁନି ପରିସ୍ଥିତି।
  • ୧୦୦ତମ ଜନ୍ମ ଦିନରେ ମାଆ ହୀରାବେନ୍ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାଦ ଧୋଇ ନେଲେ ମଅ।।ଙ୍କ ଆଶୀର୍ବାଦ। ଗାନ୍ଧିନଗର ରାସ୍ତାକୁ ହୀରାବେନଙ୍କ ନାଁରେ ନାମିତ କଲେ ସ୍ଥାନୀୟ ମେୟର
  • ଆଫଗାନିସ୍ତାନ ରାଜଧାନୀ କାବୁଲର ଗୁରୁଦ୍ୱାରା ଉପରେ  ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ନିଜକୁ ଦାୟୀ କରିଛି । ଆକ୍ରମଣ ପରେ  ସୋସିଆଲ ମିଡିଆରେ ଜାରି ବୟାନରେ  ନୂପୁର ଶର୍ମାଙ୍କ ବୟାନକୁ ଦାୟୀ କରାଯାଇଛି ।  ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଦେଇଥିବା ବୟାନର ପ୍ରତିଶୋଧରେ ଏହି ଆକ୍ରମଣ ହୋଇଛି । ।
  • ୟୁକ୍ରେନକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନଙ୍କ ଅଚାନକ ଗସ୍ତ, ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ଯୁଦ୍ଧର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ।ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି ।
  • ୧୬ ବର୍ଷ ପରେ ହାଫ୍ ସେଞ୍ଚୁରୀ ଲଗାଇଲେ ଦିନେଶ କାର୍ତ୍ତିକ , ଭାଙ୍ଗିଲେ ଧୋନୀଙ୍କ ରେକର୍ଡ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର୍ ୫୫ ରନର ଇନିଂସ ଖେଳିଛନ୍ତି । ଏହି ଇନିଂସ ବଳରେ ଭାରତ ଟି୨୦ ସିରିଜକୁ ୨-୨ ସ୍ଥିତିକୁ ଆଣିଛି ।

ବଲିଉଡ ଷ୍ଟାର୍ ଶାହାରୁଖ ଖାନ୍ ମହିଳା କ୍ରିକେଟ ଟିମର ମାଲିକ ହୋଇଛନ୍ତି । ଶାହାରୁଖ୍ ପୂର୍ବରୁ ଆଇପିଏଲ ଟିମ୍ କେକେଆରର ମାଲିକ ଥିବାବେଳେ ଏବେ ସେ ଏକ ମହିଳା କ୍ରିକେଟ ଟିମର ମାଲିକ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି ।

  • ପ୍ରକାଶ ଝା’ଙ୍କ ଏହି ୱେବ୍‌ ସିରିଜ୍‌ରେ କମ୍‌ବ୍ୟାକ୍‌ କରିବେ ନାନା ପାଟେକର  ଖୁବ୍‌ ଶୀଘ୍ର ଆଶ୍ରମ ସିଜନ -୪ରେ ନଜର ଆସିବେ।  ନାନା ପାଟେକର ନିଜେ ଏହି ପ୍ରୋଜେକ୍ଟ ବିଷୟରେ କହିଛନ୍ତି , ଏହି ଲାଲ୍‌ ବତୀ ଏକ ସାମାଜିକ ରାଜନୈତିକ ୱେବ୍ ସିରିଜ୍ ଉପରେ ଆଧାରିତ ।ଯାହାକୁ ନେଇ ସେ ବେଶ୍ ଆଶାବାଦୀ ଅଛନ୍ତି।
  • ‘ଶମଶେରା’ର ଟିଜର ପରେ ଏବେ ରଣବୀର କପୁରଙ୍କ  ଜବରଦସ୍ତ ଲୁକ୍‌  ସାମ୍ନାକୁ ଆସିଛି ।   ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ରିଲିଜ ହେବା ପୂର୍ବରୁ ଲିକ୍‌ ହୋଇଯାଇଛି। ଏହି ଫିଲ୍ମ ଜୁଲାଇ ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

 

 

 

 

Comments are closed.