Latest Odisha News

BREAKING NEWS

ଶ୍ୱେତପଦ୍ମା ପାଢ଼ୀଙ୍କର ‘ସଖି କଣ୍ଢେଇ’ ଉନ୍ମୋଚିତ

ଭୁବନେଶ୍ୱର : ବର୍ଷା ପବ୍ଲିକେସନ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ସଭାଗୃହରେ ଶ୍ୱେତପଦ୍ମା ପାଢ଼ୀଙ୍କର ପଥମ ଉପନ୍ୟାସ ‘ସଖୀ କଣ୍ଢେଇ’ ଉନ୍ମୋଚିତ ହୋଇଯାଇଛି।

ଏହି ସାରସ୍ଵତ କାର୍ଯ୍ୟକ୍ରମରେ ହିରଣ୍ମୟୀ ମିଶ୍ର ମୁଖ୍ୟ ଅତିଥି , ଅମରେଶ ବିଶ୍ୱାଳ ସମ୍ମାନିତ ଅତିଥି, ପବିତ୍ର ମୋହନ ଦାଶ ମୁଖ୍ୟ ବକ୍ତା, ଲକ୍ଷ୍ମୀ ଚାନ୍ଦ ସମ୍ମାନିତ ବକ୍ତା ଏବଂ ମୌସୁମୀ ଦାସ ଉନ୍ମୋଚିତ ଉପନ୍ୟାସର ସମୀକ୍ଷିକା ଭାବରେ ଯୋଗ ଦେଇଥିଲେ। ନାରୀ ଜୀବନର ଅନେକ ଅକୁହା କଥାକୁ ନେଇ ରଚିତ ‘ସଖୀ କଣ୍ଢେଇ’ ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ କ୍ଷୀରୋଦ ବିଶ୍ୱାଳ ଏବଂ ସ୍ନେହଳତା ଦାସ ଲେଙ୍କା ସଂଯୋଜନା କରିଥିବା ବେଳେ ଦେବାଶିଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.