Latest Odisha News

ସକାଳର ଟପ୍ ନିଉଜ

ସକାଳର ଟପ୍ ନିଉଜ 25.06.2022

(1) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଅନ୍ୟ ପ୍ରସ୍ତାବକ ଭାବେ ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ଟୁକୁନି ସାହୁ ଏବଂ ଜଗନ୍ନାଥ ସାରକା ମଧ୍ୟ ପ୍ରାର୍ଥୀପତ୍ରରେ ଦସ୍ତଖତ କରିଥିଲେ ।
(2) ଚଳଚ୍ଚିତ୍ର, ଟିଭି ଧାରାବାହିକ ଓ ଯାତ୍ରା ଜଗତର ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନିଆଯାଇଥିଲା ।
(3) ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ନେତା, ମନ୍ତ୍ରୀ, କଳାକାରମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
(4)ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଛି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ।
(5) ମହାରାଷ୍ଟ୍ରରେ ବିଦ୍ରେୀହୀ ଶିବସେନାଙ୍କ ବିଧାୟକଙ୍କ ସଂଖ୍ୟା 42 ରେ ପହଁଚିଛି । ଏହି ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ଦଳର ନେତାଭାବେ ମନୋନୀତ କରିଛନ୍ତି ।
(6) ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ ନେଇ ବିଜେପି ନେତା ପୀୟୁଷ ଗୋୟଲ ବାଲସାହେବ ଠାକରେଙ୍କୁ ମନେପକାଇଛନ୍ତି । ବାଲାସାହେବ ଠାକରେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ କଂଗ୍ରେସ ସହ ମେଣ୍ଟ କରିବା ପରିବର୍ତ୍ତେ ଶିବସେନା କୁ ଭଙ୍ଗ କରିବାକୁ ପସନ୍ଦ କରିବେ ବୋଲି କହୁଥିବା ଶୁଣିବାକୁ ମିଳୁଛି।
(7)୧୦ ମାସ ବନ୍ଦ ରହିବା ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଖୋଲିଛି ଭାରତୀୟ ଦୂତାବାସ । ଭୂକମ୍ପ ବିଧ୍ବସ୍ତ ଆଫଗାନିସ୍ତାନକୁ ଭାରତ ପଠାଇଥିବା ମାନବୀୟ ସହାୟତାର ତଦାରଖ କରିବାକୁ ଭାରତ ଏକ ଟେକନିକାଲ ଟିମ ସମେତ କେତେକ କୂଟନୀତିଜ୍ଞଙ୍କୁ ପଠାଇଥିବା ଜଣାପଡିଛି ।
(8)ସୁପ୍ରିମ୍‌କୋର୍ଟ ରାଜସ୍ଥାନର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ଅଭିଯୁକ୍ତ ମନୋଜ ପ୍ରତାପ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ କାଏମ କରିଛନ୍ତି ।
(9) ଲଦାଖରେ ଏକ ସ୍ବତନ୍ତ୍ର ପ୍ରକାରର ଆଇପିଏମଭି ଯୁଦ୍ଧ ଯାନ ମୂତୟନ କରିଛି ଭାରତୀୟ ସେନା । ଏହି ଯୁଦ୍ଧଯାନର ବିଶେଷତ୍ବ ହେଉଛି ଏହା ଲଦାଖ ପରି ଦୁର୍ଗମ ଅଂଚଳକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି । ଏହିଯାନ ଦ୍ବାରା ସୁରକ୍ଷାବାହିନୀ ୧୮୦୦ ମିଟର ଦୂରକୁ ଦେଖିପାରିବ ।
(10)କେରଳର ୱାୟନାଡରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ଶୁକ୍ରବାର ଦିନ ଆକ୍ରମଣ ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ଶାସକ ସିପିଆଇଏମ ର ଛାତ୍ର ଶାଖା ଏସଏଫଆଇର ଏକ ପ୍ରତିବାଦ ଶୋଭାଯାତ୍ରା ହିଂସାତ୍ମକ ରୂପ ନେବାପରେ ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀ ଲୋକସଭା ସଦସ୍ୟଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଏହାକୁ ଭଙ୍ଗାରୁଜା କରିଥିବା ଫଟୋ, ଭିଡିଓ ଭାଇରାଲ ହେଉଛି ।
(11)2002 ଗୁଜୁରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ ଚିଟ ପ୍ରଦାନ କରୁଥିବା ଏସଆଇଟି ରିପୋର୍ଟ ବିରୋଧରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। SIT ର କ୍ଲିନ୍ ଚିଟ୍ କୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।
(12)ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଜୁଲାଇ ୨ତାରିଖରୁ ଆରମ୍ଭ ହେଉଥିବାବେଳେ ନବନିଯୁକ୍ତ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଜୁନ୍ ୨୯ତାରିଖ ସକାଳ ୧୧ଟା ସମୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।
(13) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଂଗ୍ରେସକୁ ରାଜ୍ୟ ବିଜେପି ପରାମର୍ଶ ଦେଇଛି । ଏହାସହିତ ଓଡ଼ିଆ ଝିଅ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ୍ରସଙ୍ଗକୁ କଂଗ୍ରେସ ସହ୍ୟ କରିପାରୁନାହିଁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
(14) ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ ,ଆଇଟିଆର ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ,ଭିଏଲ-ଏସଆର ସାମ୍‌ ର ଭୂଲମ୍ବ ଉତକ୍ଷେପଣ କରାଯାଇଛି ।
(15)ହକି ପରେ ଓଡ଼ିଶା ସରକାର ଖୋଖୋ ଦଳ କିଣିଛନ୍ତି। ପ୍ରଥମ ରାଜ୍ୟ ଭାବେ ୨୦୧୩ ମସିହାରେ ହକି ଇଣ୍ଡିଆ‌ ଲିଗ୍‌ରେ ଦଳ କଳିଙ୍ଗ ଲାନସର୍ସ କିଣିଥିବା ଓଡ଼ିଶା ଖୋଖୋ ଦଳ କିଣିବାରେ ବି ପ୍ରଥମ ରାଜ୍ୟ‌ ହୋଇଛି।

Leave A Reply

Your email address will not be published.