Latest Odisha News

BREAKING NEWS

ଦ୍ରୈାପଦୀ ବାନ୍ଧିଥିଲେ ରାକ୍ଷୀ ନବୀନ ରଖିଲେ ମାନ

ଭୁବନେଶ୍ବର: ମହାଭାରତରେ ଦ୍ରୈାପଦୀ ଏବଂ କୃଷ୍ଣଙ୍କ ସ୍ନେହର ସଂପର୍କ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ତେବେ ଆଜିର ରାଜନୀତିରେ ମଧ୍ୟ ମହାଭାରତର ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ । ମହାଭାରତରେ  ବର୍ଣ୍ଣନା ଅଛି ଦିନେ କୈାଣସି ଏକ ଅସମୟରେ ଦ୍ରୈାପଦୀ ଦିନେ ସଖା କୃଷ୍ଣଙ୍କ ହାତରେ ରାକ୍ଷୀ ବା ଲୁଗା କାନି ବାନ୍ଧିଥିଲେ । ଆଉ ପରିଣାମ ସ୍ବରୂପ ଯେତେବେଳେ ବଡ଼ ବିପଦରେ ପଡିଥିଲେ ଦ୍ରୈାପଦୀ ସେ ସମୟରେ ସେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଥିଲେ, ଆଉ ଶ୍ରୀକୃଷ୍ଣ ତାଙ୍କୁ  ସଙ୍ଗେ ସଙ୍ଗେ ସହଯୋଗ କରି ବିପଦରୁ ଉଦ୍ଧାର କରି ଋଣ ସୁଜିଥିଲେ ।

ଆଜିର ପ୍ରତିଶୋଧ ରାଜନୀତିରେ କିନ୍ତୁ ପୂର୍ବ ସ୍ନେହ ମମତାର ସଂପର୍କ ଘଟଣା ଅବିକଳ ଦେଖିବାକୁ ମିଳିଛି । କିଛି ବର୍ଷ ତଳର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ସେହି ଫଟୋରେ ଦେଖାଯାଉଛି ସେଦିନର ରାଇରଂଗପୁର ବିଧାୟିକା ଥିବା ଦ୍ରୈାପଦୀ ମୁର୍ମୁ  ବିଜେଡିର ସଭାପତି ନବୀନଙ୍କ ହାତରେ ରାଖି ବାନ୍ଧୁଛନ୍ତି । ତେବେ ଏତିକି କୁହାଯାଇପାରେ  ବହୁଦିନ ବିତିଯାଇଥିଲେ ବି ସେହି ରାଖିର ପ୍ରତିଦାନରେ ବୋଧହୁଏ ନବୀନଙ୍କ ହୃଦୟରେ ଭରିଯାଇଛି ଗୋଟିଏ ଭଉଣୀ ପାଇଁ ଭାବନା । ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ନବୀନ ପ୍ରତିଦାନ ସ୍ବରୂପ ରାଖିର ମାନ ରଖିଛନ୍ତି  ।

ଏଠାରେ ସୂଚନାଯୋଗ୍ୟ ଯେ ଏନଡିଏ  ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତୀ ମମତା ଦିଦି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲେ ଯଶୋବନ୍ତ ସିଂହ୍ନାଙ୍କୁ । ବର୍ତ୍ତମାନର ରାଜନୈତିକ ପରିପ୍ରେକ୍ଷୀରେ ମମତାଙ୍କୁ ମଧ୍ୟ ନବୀନ ଭଉଣୀ ଭଳି ମାନନ୍ତି । ପଶ୍ଚିମବଂଗ ପଡୋଶୀ ରାଜ୍ୟ ହୋଇଥିବା ବେଳେ ମମତା ଦିଦି ମଧ୍ୟ ନବୀନଙ୍କୁ ଭାଇ ବୋଲି ସମ୍ମାନ ଦିଅନ୍ତି । ତେଣୁ ଅନ୍ୟମାନେ ଆଶା କରିଥିଲେ ମମତାଙ୍କ କଥାକୁ ଭାଙ୍ଗି ପାରିବେନାହିଁ ନବୀନ  । ଆଉ ମମତା ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଚିନ୍ତା କରିବେ ।

କିନ୍ତୁ ଏସବୁ ଭିତରେ  ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ନବୀନଙ୍କ ସହ କଥା ହୋଇଥିଲେ । ଅବଶ୍ୟ ଏହି ଆଲୋଚନା ଗୁପ୍ତ ଥିଲା ।  ସେତେବେଳେ ନବୀନ ନିଶ୍ଚୟ ଭାବିଥିବେ ଦ୍ରୈାପଦୀଙ୍କ ବିଷୟରେ । ପ୍ରଥମେ ତ ଓଡ଼ିଆ, ପୁଣି ଆଦିବାସୀ ପୁଣି ସବୁଠୁ ବଡ଼ କଥା ହେଲା ରାଖିବନ୍ଧା ଭଉଣୀ  । ତେଣୁ ସେ ନିଶ୍ଚୟ ଦ୍ରୈାପଦୀଙ୍କୁ ସମର୍ଥନ ଦେବା କଥା ନିଷ୍ପତ୍ତି ନେଇଥିବେ ।   ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଯେତେବେଳେ ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ଜେ ପି ନଡ୍ଡା, ସେତେବେଳ ସଙ୍ଗେ ସଙ୍ଗେ ଅଭିନନ୍ଦନ ଜଣାଇଥିଲେ ନବୀନ । ଆଉ ଓଡ଼ିଶା ଗର୍ବିତ ବୋଲି କହିଥିଲେ ।

ଦ୍ରୈାପଦୀ ମୁର୍ମୁ ମଧ୍ୟ ନବୀନଙ୍କ ସମର୍ଥନ ପାଇଁ ଅନୁରୋଧ କରିଥିଲେ । ଆଉ କିଛି ଘଣ୍ଟା ଭିତରେ ନବୀନ ବିଦେଶରେ ଥିଲେ ମଧ୍ୟ ସମର୍ଥନ ଦେବାକୁ ଟୁଇଟ କରି କହିଥିଲେ । ଖାଲି ନିଜ ଦଳର ନୁହେଁ ଅନ୍ୟ ଦଳମାନେ ମଧ୍ୟ ଓଡିଆ ଭଉଣୀକୁ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରିଥିଲେ । ଏଥିରୁ ଅନୁମେୟ ଏହା ଯେ ନବୀନ ଦ୍ରୈାପଦୀଙ୍କୁ ଜିତାଇବା ପାଇଁ ଭାବଗତ ଭାବେ ଚିନ୍ତା କରିଥିଲେ ।

ଶାସକ ବିଜୁ ଜନତା ଦଳର ସଭାପତି ତଥା ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ବିଜେପି ପାଇଁ ତାଙ୍କ ମନରେ ଯାହା ଥାଉନା କାହିଁକି କିନ୍ତୁ ଦ୍ରୈାପଦୀଙ୍କ ପାଇଁ ଯେ ସେ ମାନ ରଖିଛନ୍ତି ଏହା ହିଁ ଏବେ ଗାଁ ଠୁ ଆରମ୍ଭ କରି ସହର ସବୁଠାରେ ଚର୍ଚା ହେଉଛି ।  ନବୀନ ପଟ୍ଟନାୟକ ଓଡ଼ିଶାଠୁ ହଜାର ହଜାର କିଲୋମିଟର ଦୂର ରୋମରେ ଥିଲେ ମଧ୍ୟ ତାଙ୍କ ଦଳର ନେତାଙ୍କୁ ଦିଲ୍ଲୀ ପଠାଇ ଦ୍ରୈାପଦୀଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ହେବାକୁ କହିବା କମ ବଡ଼ କଥା ନୁହେଁ ।  ରାଖୀ ବନ୍ଧାର ସଂପର୍କ ଆଜି ଦ୍ରୈାପଦୀଙ୍କ ପାଇଁ ସାରା ଦେଶରେ ତାଙ୍କର ମାନ ବଢ଼ାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ନବୀନଙ୍କ ସମର୍ଥନ ପରେ ବିରୋଧୀମାନେ ଅକଲରେ ପଡିବା ସହ ସେମାନଙ୍କ ପ୍ରାର୍ଥୀ ହାରିବା ସୁନିଶ୍ଚିତ ଜାଣିଛନ୍ତି । ତେବେ  ରାଖି ବନ୍ଧା ଫଟୋ ରୁ ଏହା ହିଁ ଲାଗୁଛି ଯେ  2000 ମସିହାରେ ଦ୍ରୈାପଦୀ  ମୁର୍ମୁ ବିଜେପିର ବିଧାୟକ ଥିବାବେଳେ ସେତେବେଳେ ନବୀନଙ୍କ ହାତରେ ରାଖି ବାନ୍ଧିଥାଇପାରନ୍ତି । କାରଣ ସେ ସମୟରେ  ଉଭୟ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମେଂଟ କରି ସରକାର ଗଠନ କରିଥିଲେ । ଆଉ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ କିଛି ଦିନ ପାଇଁ ମନ୍ତ୍ରୀ ବି ଥିଲେ ଦ୍ରୈାପଦୀ ମୁର୍ମୁ ।  ଦୁଇଥର ବିଧାୟିକା ମଧ୍ୟ ହୋଇଥିଲେ ।   ତେଣୁ ନବୀନଙ୍କ ଏହି ଟୁଇଟ ଖାଲି ଦ୍ରୈାପଦୀଙ୍କ ପାଇଁ ସବୁଦିନ ସାକ୍ଷୀ ହୋଇ ରହିବ ନାହିଁ ଓଡ଼ିଶା ରାଜନୀତି ଇତିହାସରେ ଏକ ନୂଆ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ ।

Leave A Reply

Your email address will not be published.