Latest Odisha News

BREAKING NEWS

ସୁମିତ-ତପସ୍ୱିନୀ ବିବାହ ବିବାଦ : କୋର୍ଟ ଦେଲେ ଆହୁରି ସମୟ

ବ୍ରହ୍ମପୁର :  ତୁଟିବ କି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ । କୋର୍ଟ ପୁଣି ଦେଲେ ୯୦ ଦିନର ମହଲତ । ଏହି ସମୟ ମଧ୍ୟରେ ଉଭୟ ଚାହିଁଲେ , ସେମାନଙ୍କ ମଧ୍ୟରେ ବୁଝାମୁଣା କରି ମୀମାଂସା କରିପାରିଲେ କୋର୍ଟକୁ ଅବଗତ କରିପାରିବେ ।

ଡାକ୍ତର ସୁମିତ୍-ତପସ୍ବିନୀ ବିବାଦ ଘଟଣାରେ ଉଭୟ ପରିବାର ବ୍ରହ୍ମପୁର ପରିବାର ଅଦାଲତରେ ହାଜର ହୋଇଥିଲେ। ଛାଡପତ୍ର ମାମଲାରେ ପରିବାର ଅଦାଲତ ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ପ୍ରୟାସ କରିଥିଲେ। ଏଥିରେ କୌଣସି ସଫଳତା ମିଳିନଥିବା ଉଭୟ ପକ୍ଷଙ୍କ ଓକିଲ କହିଛନ୍ତି । ୯୦ ଦିନ ଭିତରେ ସେମାନେ ଚାହିଁଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ମୀମାଂସା କରିପାରିଲେ କୋର୍ଟକୁ ଜଣାଇପାରିବେ । ଯଦି କୌଣସି ମୀମାଂସା ହୋଇପାରୁନାହିଁ ତାହା ହେଲେ  ୯୦ ଦିନ ପରେ ପୁନଃ ପିଟିସନ୍ ଦାଖଲ କରାଯିବ ବୋଲି ଓକିଲ କହିଛନ୍ତି ।

ସେପଟେ ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା ତପସ୍ବିନୀ କହିଥିବା ବେଳେ ଡାକ୍ତର ସୁମିତ୍ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Comments are closed.