Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବାଇକ ସିଟ୍ ତଳୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ପୁଣି ଗାଡି ଭିତରୁ ବାହାରିଲା ନାଗ ସାପ । ମୋଟର ସାଇକେଲ ସିଟ୍ ଭିତରେ ନାଗଟି ରହିଯାଇଥିବା ବେଳେ ବହୁ ସମୟ ସଂଘର୍ଷ ପରେ ଉଦ୍ଧାର ହୋଇଛି ନାଗ।

BjdElectrycity

ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ତଣ୍ଡିଲୋ ଗାଁରେ । ଗାଁର ଜଣେ ବ୍ୟକ୍ତି ନାଗାର୍ଜ୍ଜୁନ ରେଡ୍ଡୀ । ତାଙ୍କ ବାଇକରେ ସାପଟି ପାଇଯାଇଥିଲା । ତେବେ ବହୁ ଖୋଜାଖୋଜି କରିବା ପରେ ବି ସାପଟିର କୌଣସି ପତ୍ତା ମିଳିନଥିଲା । ଶେଷରେ ବାଧ୍ୟ ହୋଇ ସେ ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି, ମୋଟର ସାଇକଲର ସିଟ୍ ଖୋଲିବା ପରେ, ସିଟ ତଳେ ଜାକିଜୁକି ହୋଇ ସାପଟି ରହିଥିବାର ଦେଖିବାକୁ ପାଇଥିଲେ । ଯତ୍ନର ସହିତ ପ୍ରାୟ ସାଢେ଼ ୩ ଫୁଟ ଲମ୍ବର ବିଷଧର ନାଗ ସାପଟିକୁ ଉଦ୍ଧାର କରାଯାଇଥିଲା ।

ଗାଁଠାରୁ ଯଥେଷ୍ଟ ଦୂରରେ ଶେଷରେ ଯତ୍ନର ସହ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ସାପଟିକୁ ଛାଡି ଦିଆଯାଇଥିଲା ।

Leave A Reply

Your email address will not be published.