Latest Odisha News

BREAKING NEWS

ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା । ରଥଯାତ୍ରା ଅବଧି ମଧ୍ୟରେ ପୁରୀକୁ ଓ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।  ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡ଼ିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍ । ଶାଲିମାର, ଜଗଦଲପୁର, ବିଶାଖାପାଟଣା ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ । ଗୁଣ୍ଡିଚା ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ଯୋଡ଼ା ଟ୍ରେନ୍ ଚଳାଚଳ କରିବ ।

ଗୁଣ୍ଡିଚା ଦିନ ପାରାଦୀପ, କଟକ, ମହୀପୁର, ବ୍ରହ୍ମପୁର, କେନ୍ଦୁଝର ମଧ୍ୟରେ ଚାଲିବ । ତେବେ ୧୦ ତାରିଖ ସୁନାବେଶ ଦିନ ମଧ୍ୟ ୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ସୁନାବେଶ ଦିନ ପାରାଦୀପ, ମହୀପୁର, କଟକ, ଭଦ୍ରକ, କେନ୍ଦୁଝର ମଧ୍ୟରେ ଚାଲିବ । ସୁନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।

ସୁନାବେଶ ପରଦିନ ଅର୍ଥାତ ୧୧ ଜୁଲାଇ, ୨୦୨୨ ରେ ୬ ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ୟ୍ୟନ୍ତ ଚାଲିବ । ୦୮୯୮୩ ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ ୧୧.୦୭.୨୦୨୨ ମଧ୍ୟାହ୍ନ ୧୨ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

ଜୁଲାଇ ୨ ରୁ ୭ ଜୁଲାଇ, ୨୦୨୨ ପର୍ୟ୍ୟନ୍ତ ତିନି ଯୋଡା ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ଦୁଇଯୋଡ଼ା ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ । ଭକ୍ତ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥ ଯାତ୍ରା ଅବଧି ମଧ୍ୟରେ ଆହୁରି ବିଶେଷ ଟ୍ରେନ ଚଳାଚଳ କରାଇବାପାଇଁ ପୂର୍ବତଟ ରେଳପଥ ମଧ୍ୟ ଯୋଜନା କରିଛି ।

Leave A Reply

Your email address will not be published.