Latest Odisha News

BREAKING NEWS

ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ଶେଖ୍ ଜାୟେଦ ମସଜିଦ୍ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରୋମ ପରେ ଆବୁଧାବିରେ ଭ୍ରମଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଧଳା କୁର୍ତ୍ତା ପିନ୍ଧୁଥିବା ନବୀନ ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ଶେଖ୍ ଜାୟେଦ ମସଜିଦ୍ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ଟ୍ୱିଟ୍ କରି ମସଜିଦର ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ, ସ୍ଥାପତ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି, ମସଜିଦରେ ବ୍ୟବହୃତ ମାର୍ବଲ ରାଜସ୍ଥାନର ମାର୍କଣା ଗାଁରୁ ଆବୁଧାବି ଯାଇଥିଲା । କାଗିଗର ମଧ୍ୟ ରାଜସ୍ଥାନର ସେହି ଗାଁରୁ ଯାଇଥିଲେ । ତେଣୁ ଭାରତର ସ୍ପର୍ଶ ସବୁଠି ରହିଥିବା ନବୀନ ଲେଖିଛନ୍ତି ।

ଆସନ୍ତାକାଲି  ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ନବୀନ ଆମନ୍ତ୍ରଣ କରିବେ  । ସୌର ଶକ୍ତି କ୍ଷେତ୍ରରେ ବି ପୁଞ୍ଜି ନିବେଶର ଆଶା ରହିଛି । ଇନଭେଷ୍ଟର ମିଟ୍ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ଆଲୋଚନା ବି କରିବେ ।

Leave A Reply

Your email address will not be published.