Latest Odisha News

ମୋଦିଙ୍କ ନୂଆ ମନ୍ତ୍ରୀମାନଙ୍କୁ ଲୋକସଭାରେ ସାଂସଦଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଲୋକସଭାରେ ତାଙ୍କ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ପରିଚୟ କରାଇଥିବା ନେଇ ପିଟିଆଇ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି ।

ବିଧିମୁତାବକ ଭାବେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ନୂତନ ସଦସ୍ୟମାନଙ୍କୁ ଲୋକସଭାରେ ପରିଚୟ କରାଇଥିଲେ ।

ମୋଦି ନିଜେ ଲୋକସଭାରେ ଉକ୍ତ ମନ୍ତ୍ରୀମାନଙ୍କ ନାମ ଓ ସେମାନଙ୍କର ବିଭାଗ (ପୋର୍ଟଫୋଲିଓ) ମଧ୍ୟ ପଢିଥିଲେ । ଏହି ସମୟରେ ଜଣେ ଜଣେ ମନ୍ତ୍ରୀ ଛିଡା ହୋଇଥିବାବେଳେ ସଦନର ସଦସ୍ୟମାନେ ସେମାନଙ୍କୁ ଅଭିବାଦନ ଜଣାଇଥିଲେ ।

ସେହିପରି ମୋଦୀ ଶୁକ୍ରବାର ଦିନ ତାଙ୍କ ମନ୍ତ୍ରୀମଣ୍ଡଳୀକୁ ରାଜ୍ୟସଭାରେ ପରିଚିତ କରାଇବେ ବୋଲି ଜଣାପଡିଛି ।

ମୋଦିଙ୍କ ବ୍ୟତୀତ ମନ୍ତ୍ରୀ ପରିଷଦରେ ୫୭ ଜଣ ସଦସ୍ୟ, ୨୪ କ୍ୟାବିନେଟ୍ ମନ୍ତ୍ରୀ, ୯ ରାଷ୍ଟ୍ରମନ୍ତ୍ରୀ, ୨୪ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ରହିଥିବା ଜଣାପଡିଛି ।

Leave A Reply

Your email address will not be published.