Latest Odisha News

ସଞ୍ଜୟ ରାଉତଙ୍କୁ ଇଡି କଲା 10 ଘଣ୍ଟା ଜେରା

ମୁମ୍ବାଇ:  ସରକାର ଯିବାପରେ ଶିବସେନା ନେତା ସଂଜୟ ରାଉତଙ୍କ ଆଉ ସେତେ ଭାଉ ଦେଖାଯାଉନାହିଁ  ।  ଶିବସେନାର କୁହାଳିଆ ନେତାଙ୍କ ପାଟି ଖନିମାରିଯାଇଛି ଇଡି ଜେରାରେ । 10ଘଣ୍ଟାକାଳ ଇଡି ଏଣୁ ତେଣୁ ପ୍ରଶ୍ନ ପଚାରି ସଂଜୟ ରାଉତଙ୍କୁ ବିରକ୍ତି କରିଦେଇଥିବା ଦେଖାଦେଇଥିଲା । ଗତକାଲି  ରାତି ପ୍ରାୟ ୯.୩୦ରେ ସେ ବାହାରକୁ ଆସିଥିଲେ। ବାହାରକୁ ଆସିବା ପରେ, ରାଉତ କହିଲେ ଯେ, ଏଜେନ୍‌ସିର କାମ ହେଲା ତଦନ୍ତ କରିବା। ଆମର କାମ ହେଲା ସେମାନଙ୍କ ତଦନ୍ତରେ ସହଯୋଗ କରିବା।

ତେବେ ଏହି ଜେରାରୁ ବର୍ତିବା ପାଇଁ ସଂଜୟ ଯେଉଁ ଅନୁରୋଧ କରିଥିଲେ ତାହାକୁ ଇଡି ଶୁଣିନାହିଁ । ସଂଜୟକୁ ଅଧିକ ଦିନ ସମୟ ଦେଇନାହିଁ ।  ଜେରା ନିମନ୍ତେ ରାଉତ ଜୁନ୍‌ ୨୮ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାର ଥିଲା। କିନ୍ତୁ, ସବୁ ଦଲିତ ପତ୍ର ଯୋଗାଡ଼ କରିବା ନିମନ୍ତେ ପ୍ରାୟ ୨ ସପ୍ତାହ ବିଳମ୍ବ କରିବା ପାଇଁ ତାଙ୍କ ଓକିଲ ଅନୁରୋଧ କରିଥିଲେ। ଏହାପରେ ପ୍ରବର୍ତ୍ତନ ନିର୍ଦେଶାଳୟ ସାନି ସମନ୍‌ ଜାରି କରି ଜୁଲାଇ ୧ ତାରିଖରେ ହାଜର ହେବା ପାଇଁ ସଞ୍ଜୟ ରାଉତଙ୍କୁ ନିର୍ଦେଶ ଦେଇଥିଲେ।

Comments are closed.