Latest Odisha News

BREAKING NEWS

ଜାଣନ୍ତୁ କ’ଣ ରହିଛି ଆମ୍ବର ଉପକାରିତା..

ଭୁବନେଶ୍ୱର: ଫଳର ରାଜା ଆମ୍ବ । ପିଲା ଠାରୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଭୋଜନ ସହ ହେଉ ବା ଖାଲିରେ ହେଉ । ଖାଲି ପାଟିକୁ ସୁଆଦିଆ ନୁହେଁ,ଶରୀରର ଅନେକ ସମସ୍ୟା ମଧ୍ୟ ଏହା ଦୂର କରିଥାଏ । ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୁର ଥିବା ଆମ୍ବର ସଠିକ ସେବନ ଦ୍ୱାରା ଛୋଟ ଛୋଟ ରୋଗ ଠାରୁ ଆରମ୍ଭ କରି କର୍କଟ ଭଳି ସମସ୍ୟାକୁ ମଧ୍ୟ ଦୂରରେ ରହିଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ….

୧.ଯଦି ଆପଣ ନିଜ ଓଜନ କମ ଥିବାକୁ ନେଇ ଚିନ୍ତିତ ରହିଛନ୍ତି, ତେବେ ପ୍ରତିଦିନ ଖାଦ୍ୟରେ ଆମ୍ବକୁ ସାମିଲ କରନ୍ତୁ । ୧୫୦ ଗ୍ରାମ ଆମ୍ବରେ ୮୬ ପ୍ରତିଶତ କ୍ୟାଲୋରୀ ରହିଥାଏ । ଯାହା ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।

୨.ଆମ୍ବରେ ଭିଟାମିନ ଏର ପରିଣାମ ଅଧିକ ମାତ୍ରାରେ ରହୁଥିବାରୁ ତାହା ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଗୋଟିଏ କପ ଆମ୍ବ ରସର ୨୫ ପ୍ରତିଶତ ଭିଟାମିନ ଏ ଶରୀରକୁ ମିଳିଥାଏ ।

୩. ଯେଉଁ ଲୋକଙ୍କର ଆମୋନିଆ ସମସ୍ୟା ରହିଛି , ସେମାନଙ୍କ ପ୍ରଚୁର ପରିମାଣରେ ଆମ୍ବ ଖାଇବା ଆବଶ୍ୟକ । କାରଣ ଆମ୍ବରେ ପ୍ରଚୁର ପରିମାଣରେ ଆଇରନ ଥାଏ ଯାହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ ।

୪. ଆମ୍ବ ପୋଟାସିୟମ ଓ ମାଗ୍ନେସିୟମରେ ଭରପୂର ଥିବାରୁ ଏହାର ସେବନ କଲେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ ।

ତେବେ ଅତ୍ୟଧିକ ଆମ୍ବ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ । ପେଟ ରୋଗୀଙ୍କୁ ଆମ୍ବ ଖାଇବା ଅନୁଚିତ,ଏହା ଦ୍ୱାରା ଲୁଜ୍ ମୋଶନ ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।ସେହିଭଳି ଗ୍ୟାଷ୍ଟ୍ରିକ ରୋଗୀ, ମଧୁମେହ ରୋଗୀ ଓ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି କମ ଆମ୍ବ ଖାଇବା ଉଚିତ ।

Leave A Reply

Your email address will not be published.