ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟରେ ହୀରୋ ସାଜିଥିବା ଯଶପ୍ରୀତ ବୁମରାହଙ୍କ ର୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର୍ୟାଙ୍କିଙ୍ଗରେ ବୁମରାହ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି । ୧୯ ରନରେ ୬ ୱିକେଟ ହାସଲ କରିଥିବା ବୁମରାହ ୫ଟି ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନରେ ରହିଛନ୍ତି । ସେ ନ୍ୟୁଜିଲାଣ୍ଡର ଟ୍ରେଂଟ ବୋଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ୫ମ ସ୍ଥାନରେ ରହିଛନ୍ତି । ଏହା ତାଙ୍କର ଶ୍ରେଷ୍ଠ ର୍ୟାଙ୍କିଙ୍ଗ । ଟି୨୦ ଭୁବନେଶ୍ୱର କୁମାର ଏକମାତ୍ର ଭାରତୀୟ ବୋଲର ଭାବେ ର୍ୟାଙ୍କିଙ୍ଗରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । ବ୍ୟାଟ୍ସମ୍ୟାନଙ୍କ ର୍ୟାଙ୍କିଙ୍ଗରେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି ।
BREAKING NEWS
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
- ବ୍ରେକଅପ ପରେ ୟୁପିଆଇରେ ଗାର୍ଲଫ୍ରେଣ୍ଡଙ୍କୁ ହଇରାଣ କରୁଥିଲେ, ୟୁଜର୍ସ କହିଲେ ବ୍ଲକ୍ କରନି…
- ପିଡିଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ ନଗର ଉନ୍ନୟନ ମନ୍ତ୍ରୀ
- ୨୬ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍
- ଭେଙ୍କେଟେଶଙ୍କୁ ୨୩.୭୫ରେ ନେଲା କେକେଆର
- ଦ୍ରୁତଗାମୀ ଗ୍ରହ ନକ୍ଷତ୍ରଙ୍କୁ ଚଳାଉଛି ଏଲିୟନ୍
- ଖୁବ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି: ଆଇନ ମନ୍ତ୍ରୀ
- ୨୦୩୬ରେ ଓଡ଼ିଶା ପାଳିବ ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି : ପ୍ରଧାନମନ୍ତ୍ରୀ
- ୪ରେ ପୁରୀ ଆସିବେ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ ଫୋର୍ସ
- ଆଇପିଏଲ ମେଗା ନିଲାମ: ବିକ୍ରି ହେଲେ ୧୨ ମାର୍କ୍ୟୁ ଖେଳାଳି
Comments are closed.