ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଭଲ୍ଲୁକ ଓ ବାନରଙ୍କୁ ଭୟଭୀତ ହେବା ଦେଖି ପ୍ରଭୁ ଶ୍ରୀରାମ ମନ୍ଦ ହସି ଅଗ୍ନିବାଣର ପ୍ରୟୋଗ କଲେ। ଜ୍ଞାନର ଉଦୟରେ ସନ୍ଦେହ ରୂପୀ ଅନ୍ଧକାର ଦୂର ହୋଇଯିବା ସଦୃଶ ସେ ପୁନଶ୍ଚ ପ୍ରକାଶମୟ କରିଦେଲେ।
ସୁଲୋଚନଙ୍କର କୋଳରେ ମସ୍ତକ ରଖି ମେଘନାଦ ବିଶ୍ରାମ ନେଉଥିଲେ। ଶୁଭ୍ର କୋମଳ ଉପାଧାନ ସେହି ଶାନ୍ତି ଦେଇପାରେ ନାହିଁ ଯାହା ପ୍ରିୟତମାର ଅଙ୍କ ପ୍ରଦାନ କରିଥାଏ। ଚାମରର ଶିତଳତା ପ୍ରଦାନ କରିପାରେ ନାହିଁ ଯାହା ପ୍ରିୟତମାର ପଣତ ହନୁମାନଙ୍କର ପଦାଘାତରେ ଶରୀର ତାଙ୍କର ଆଘାତପ୍ରାପ୍ତ ହୋଇଥିଲା। ପତ୍ନୀଙ୍କର କୋମଳ ସ୍ନେହସ୍ପର୍ଶ ତାଙ୍କର ଶ୍ରମ ଲାଘବ କରୁଥାଏ।
ସୁଲୋଚନା କିଛି କହିବାକୁ ଯାଉଥାନ୍ତି ଇନ୍ଦ୍ରଜିତ ତାଙ୍କୁ ବାଧା ଦେଇ କହିଲେ, ” ନା ନା ପ୍ରମିଳା ( ସୁଲୋଚନାଙ୍କର ଅନ୍ୟ ଏକ ନାମ ପ୍ରମିଳା ) ଆଉ କିଛି କୁହ ନାହିଁ। ବର୍ତ୍ତମାନ ତ….”
” ବର୍ତ୍ତମାନ ମୁଁ ଆପଣଙ୍କର ବିରୋଧ କରିବି ନାହିଁ। ଈଶ୍ୱରଙ୍କୁ ପ୍ରାର୍ଥନା କରିବି ଆପଣ ସୁରକ୍ଷିତ ରୁହନ୍ତୁ। ଲଙ୍କାର କ୍ଷତି ନ ହେଉ ” ।
” ଜାଣିଛ ! ତୁମର ଏହି ସ୍ଵଭାଵ, ଏପରି ସମର୍ପଣ ଭାବନା ମୋତେ ତୁମର ଦାସ କରି ରଖେ। ”
ପରିଚାରିକା ଆସି ଖବର ଦେଲା ଲଙ୍କେଶ୍ୱର ଏକ ଜରୁରୀକାଳୀନ ସଭା ଡାକିଛନ୍ତି। ଇନ୍ଦ୍ରଜିତଙ୍କୁ ଉପସ୍ଥିତ ହେବା ପାଇଁ ଆଦେଶ ଦେଇଛନ୍ତି।
କ୍ରମଶଃ..
Comments are closed.