Latest Odisha News

BREAKING NEWS

ଭାଷା ଭାଗବତ : ଲୋକଂକର ସ୍ବର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୦ 

ଲୋକଭାଷାକୁ କଲେ ଶ୍ରଦ୍ଧା
ହଟିବ ସବୁ ବିଘ୍ନ ବାଧା
ବଢ଼ିବ ଲୋକ ମନେ ଆଶା
ଭାଷାକୁ କରିବେ ଭରସା

ସରଳ ଭାଷା ହିଁ ସରସ
ପଢ଼ିଲେ ଅପୂର୍ବ ହରଷ
ଆପେ ହୁଏ ମନରେ ଜାତ
ଏ ସତ୍ୟ ବହୁପରୀକ୍ଷିତ

କଷ୍ଟିଆ ଶବ୍ଦ ବାଛି ବାଛି
ଲେଖିଲେ ହୁଏନାହିଁ କିଛି
ଅଯଥା ଜ୍ଞାନ ପ୍ରଦର୍ଶନ
କରେ ସାହିତ୍ଯ ଭାଷା ମ୍ଳାନ

ଭାଷାକୁ ମିଳଇ ଆଦର
ଶୁଭିଲେ ଲୋକଂକର ସ୍ବର

 

Leave A Reply

Your email address will not be published.