Latest Odisha News

BREAKING NEWS

Food Poisoning In Odisha School: ୨ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ କଟକ ସ୍ଥାନାନ୍ତର…

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ସରକାରୀ ପରିଚାଳିତ ଆବାସିକ ବିଦ୍ୟାଳୟର ଦୁଇ ଛାତ୍ରଛାତ୍ରୀଙ୍କୁ ଗୁରୁବାର କଟକର SCB ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍କୁଲରେ ଖାଦ୍ୟ ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ।

ଏହି ଛାତ୍ରଛାତ୍ରୀଙ୍କୁ ରମେଶ ମୁର୍ମୁ ଏବଂ ଲକ୍ଷ୍ମୀ ଟୁଡୁ ଭାବରେ ଚିହ୍ନଟ କରାଯାଇଛି। ସେମାନେ ବାରିପଦାର PRM ମେଡିକାଲ କଲେଜ ଏବଂ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଚିକିତ୍ସାଧୀନ ଥିଲେ। “ଉନ୍ନତ ଚିକିତ୍ସା ପାଇଁ ଦୁଇ ଜଣଙ୍କୁ କଟକର SCBMCHକୁ ସ୍ଥାନାନ୍ତର କରାଯାଇଛି ବୋଲି PRM ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ବ୍ରଜ କିଶୋର ଦାସ କହିଛନ୍ତି।

ତେବେ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାଲଗଜାର ବାସିନ୍ଦା ଲକ୍ଷ୍ମୀପ୍ରିୟା ବେସରା ଓ ଆଉ ଜଣେ ଛାତ୍ରଙ୍କୁ ପୂର୍ବରୁ କଟକର ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା।

 

Comments are closed.