Latest Odisha News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯାଗ

ବ୍ରହ୍ମପୁର: ବହିଦେବାକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ ଅଭିଯାଗ। ଏଭଳି ଅଭିଯୋଗ ଆସିଛି ଜଣେ ଓଡ଼ିଆ ଅଧ୍ୟାପକଙ୍କ ନାଁରେ। ଅଧ୍ୟାପକ ଜଣଙ୍କ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଏ ନେଇ ଥାନାରେ ମାମଲା ରୁୁଜୁ ହୋଇଛି। ସେପଟେ ଛାତ୍ରୀଙ୍କୁ ସମର୍ଥନ କରୁଥିବା ଦୁଇ ଛାତ୍ରଙ୍କୁ ମଧ୍ୟ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଅଭିଯୋଗ ଆସିଛି।

ଏହି ଓଡ଼ିଆ ପ୍ରଫେସର ଜଣଙ୍କ ବହି ଦେବାକୁ କହି ଛାତ୍ରୀଙ୍କୁ ନିଜ କ୍ୱାଟର୍ସକୁ ଡାକିଥିଲେ। ପରେ ସେଠାରେ ପୀଡ଼ିତା ଯୌନ ଶୋଷଣର ଶୀକାର ହୋଇଥିଲେ। ଏହାପରେ ସଂପୃକ୍ତ ପ୍ରଫେସର ଜଣକ ଧମକ ଚମକ ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପୀଡିତା। ଏନେଇ ଛାତ୍ରୀ ଜଣଙ୍କ ନିଜ ସହପାଠୀ ତଥା ସାଙ୍ଗମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ବୋଲି କହିଛନ୍ତି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ବିଭାଗର ପ୍ରଫେସରଙ୍କ ବିରୋଧରେ ଏପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ପୀଡିତା ଏନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ପରେ ହରଡଘଣାରେ ସଂପୃକ୍ତ ଓଡ଼ିଆ ପ୍ରଫେସର। ଏହାରି ଭିତରେ ଓଡ଼ିଆ ଅଧ୍ୟାପକ ଜଣଙ୍କ ଗିରଫ ହୋଇଥିଲେ। ସମ୍ପୃକ୍ତ ଅଧ୍ୟାପକ ଜାମିନରେ ଆସିବା ପରେ ପାଠ ପଢ଼ାଉଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ମଙ୍ଗଳବାର ଅନ୍ୟ କେତେକ ଛାତ୍ରୀ, ଆଉ କେତେକ ଅଧ୍ୟାପକଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋପାଳପୁର ଥାନାରେ ଅଭିଯୋଗ କରିପାରନ୍ତି ବୋଲି ସୂଚନା ମିଳିଛି।

ପୀଡିତା ଜଣକ କହିଛନ୍ତି ଯେ, ସେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଥାନାରେ ଏତଲା ଦେବା ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ସମସ୍ତ କଥା କହି ଅବଗତ କରାଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ। ଅପରପକ୍ଷରେ ଏପରି ସ୍ଥିତିରେ ତାଙ୍କୁ ସମର୍ଥନ କରୁଥିବା ଦୁଇ ସହଯୋଗୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇନଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପୀଡିତା ଓଡ଼ିଆ ଅଧ୍ୟାପକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଦୁଇ ଛାତ୍ର (ପୀଡ଼ିତାଙ୍କ ସାଙ୍ଗ) ସଂପୃକ୍ତ ପ୍ରଫେସରଙ୍କୁ ଆକ୍ରମଣ କରିଥିବା ଅଭିଯାଗ ରହିଛି । ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଦୁଇ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇନଥିବା ସୂଚନା ରହିଛି। ପରେ ପୀଡିତା ଥାନାର ଦ୍ୱାରସ୍ଥ ହୋଇ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତେବେ ସଂପୃକ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡିଆ ପ୍ରଫେସରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.