ଭରତପୁର: ଭରତପୁରର ପସୋପା ଅଂଚଳରେ ଚାଲିଥିବା ଅବୈଧ ଖନନକୁ ଦୀର୍ଘ ଦିନ ଧରି ସାଧୁମାନେ ବିରୋଧ କରି ଆସୁଛନ୍ତି । ୨୦ ଜୁଲାଇରେ ସନ୍ଥ ବିଜୟ ଦାସ ଏହାକୁ ବିରୋଧ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିଲା ବେଳେ ସେ ରାଧେ ରାଧେ କରି ଦୌଡୁଥିଲେ । ତାଙ୍କ ଦେହରୁ ନିଆଁ ଲିଭାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି । ପୁଅ ଏବଂ ବୋହୂଙ୍କ ମୃତ୍ୟୁ ପରେ ସେ ବରସାନା ମାନ ମନ୍ଦିରକୁ ପଳାଇ ଆସି ରହୁଥିଲେ । ତାଙ୍କୁ ପଶୁପତି ନାଥ ମନ୍ଦିରର ମହନ୍ତ କରାଯାଇଥିଲା । ବିଜୟଙ୍କର ଜଣେ ନାତୁଣୀ ଅଛନ୍ତି । ସେ ଶେଷ ଦର୍ଶନ କରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପାଖାପାଖି ୫୦୦ ଦିନ ହେବ ଏହି ଆନ୍ଦୋଳନ ଚାଲିଛି । ଜଣେ ସାଧୁ ଏବେ ବି ମୋବାଇଲ ଟାୱାରରେ ବସି ରହିଛନ୍ତି । ଅନ୍ୟ ସାଧୁମାନେ ପସୋପାରେ ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଜିଦ ଧରିଥିଲେ, ଶେଷରେ ପ୍ରଶାସନ ପକ୍ଷରୁ ବହୁ ବୁଝା ଶୁଝା ପରେ ବରସାନାରେ ସେମାନେ ଅନ୍ତିମ ସଂସ୍କାର କରିବା ପାଇଁ ରାଜି ହୋଇଛନ୍ତି ।
BREAKING NEWS
- National Winter Games: ଔଲିରେ ଏହି ଦିନଠୁ ଆରମ୍ଭ ହେବ ଜାତୀୟ ଶୀତକାଳୀନ କ୍ରୀଡ଼ା ; ଓଡିଶା ସମେତ ୧୭ ଦଳ…
- ଟ୍ରକ୍ ଧକ୍କାରେ କଂଗ୍ରେସ ନେତାଙ୍କ ଚାଲିଗଲା ଜୀବନ
- SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା ଏଣ୍ଟ୍ରି
- ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ; ସୋନମ ୱାଙ୍ଗଚୁକଙ୍କ ଅଟକ ଉପରେ ପୁନଃ ବିଚାର ପାଇଁ ସୁପ୍ରିମକୋର୍ଟ…
- ଦୃଶ୍ୟମ ୩ ପରେ ଆଉ କାହାଣୀ ଆଗକୁ ବଢ଼ିବନି
- Terrorist killed in encounter: ଉଧମପୁର ପରେ କିସ୍ତୱାରରେ ଟଳିଲା ଜୈସ ଆତଙ୍କୀ; ଏନକାଉଣ୍ଟର ଜାରି
- ୧୯ ବର୍ଷରୁ କମ ବିଶ୍ୱକପ: ରେକର୍ଡ ୧୦ମ ଥର ପାଇଁ ଫାଇନାଲରେ ଟିମ ଇଣ୍ଡିଆ, ଜର୍ଜଙ୍କ ଶତକ
- Forest Fire Control: ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ କ୍ୟାମେରା ଓ ଡ୍ରୋନ;ନିଆଁ ଲାଗିଲେ ଏହି ନଂରେ କଲ୍…
- ତୁର୍କୀ ବିମାନର ଇଞ୍ଜିନରେ ନିଆଁ; କୋଲକାତା ଏୟାରପୋର୍ଟରେ ଜରୁରୀ ଅବତରଣ
- ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ ଖେମଚାନ୍ଦ
Comments are closed.