ଭରତପୁର: ଭରତପୁରର ପସୋପା ଅଂଚଳରେ ଚାଲିଥିବା ଅବୈଧ ଖନନକୁ ଦୀର୍ଘ ଦିନ ଧରି ସାଧୁମାନେ ବିରୋଧ କରି ଆସୁଛନ୍ତି । ୨୦ ଜୁଲାଇରେ ସନ୍ଥ ବିଜୟ ଦାସ ଏହାକୁ ବିରୋଧ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିଲା ବେଳେ ସେ ରାଧେ ରାଧେ କରି ଦୌଡୁଥିଲେ । ତାଙ୍କ ଦେହରୁ ନିଆଁ ଲିଭାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି । ପୁଅ ଏବଂ ବୋହୂଙ୍କ ମୃତ୍ୟୁ ପରେ ସେ ବରସାନା ମାନ ମନ୍ଦିରକୁ ପଳାଇ ଆସି ରହୁଥିଲେ । ତାଙ୍କୁ ପଶୁପତି ନାଥ ମନ୍ଦିରର ମହନ୍ତ କରାଯାଇଥିଲା । ବିଜୟଙ୍କର ଜଣେ ନାତୁଣୀ ଅଛନ୍ତି । ସେ ଶେଷ ଦର୍ଶନ କରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପାଖାପାଖି ୫୦୦ ଦିନ ହେବ ଏହି ଆନ୍ଦୋଳନ ଚାଲିଛି । ଜଣେ ସାଧୁ ଏବେ ବି ମୋବାଇଲ ଟାୱାରରେ ବସି ରହିଛନ୍ତି । ଅନ୍ୟ ସାଧୁମାନେ ପସୋପାରେ ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଜିଦ ଧରିଥିଲେ, ଶେଷରେ ପ୍ରଶାସନ ପକ୍ଷରୁ ବହୁ ବୁଝା ଶୁଝା ପରେ ବରସାନାରେ ସେମାନେ ଅନ୍ତିମ ସଂସ୍କାର କରିବା ପାଇଁ ରାଜି ହୋଇଛନ୍ତି ।
BREAKING NEWS
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
Comments are closed.