Latest Odisha News

BREAKING NEWS

ସିବିଆଇକୁ ହସ୍ତାନ୍ତର ହେବ ଫଡନାଭିସ ଫୋନ ଟ୍ୟାପିଂ ମାମଲା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଫୋନ ଟ୍ୟାପିଂ ମାମଲାର ସିବିଆଇ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏଥିରେ ମୋହର ମାରିଛନ୍ତି । ସୂଚନାଯୋଗ୍ୟ, ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଲାଙ୍କ କାର୍ଯ୍ୟକାଳ ସମୟରେ ୨୦୧୯ରେ ଏହି ଅଭିଯୋଗ ଆସିଥିଲା । ସେ ଗୁପ୍ତଚର ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ବରିଷ୍ଠ ନେତା ଏବଂ ଅଧିକାରୀଙ୍କ ଫୋନ ଟ୍ୟାପିଂ କରାଯାଇଥିଲା । ଏଥିରେ ଅନେକ ଗୋପନୀୟ ତଥ୍ୟ ପଦାରେ ପଡିଥିଲା ।

ପୋଲିସ ବିଭାଗରେ ଟ୍ରାନ୍ସଫରକୁ ନେଇ ବଡ ଧରଣର ଦୁର୍ନୀତି ଏଥିଯୋଗୁ ପଦାରେ ପଡିଥିଲା । ଏଥିରେ ଫୋନ କଲର ବିବରଣୀ ମଧ୍ୟ ଥିଲା, ଯାହାକୁ ଶିବସେନା ନେତୃତ୍ୱାଧୀନ ନେତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ମହାରାଷ୍ଟ୍ରର ସେ ସମୟର ମୁଖ୍ୟ ଶାସନ ସଚିବ ସୀତାରାମ କୁଂଟେ ଗୁପ୍ତ ରିପୋର୍ଟ ଶୁକ୍ଲା ଲିକ କରିଥିଲେ ବୋଲି ଅଭିଯୋଗ ଆଣିଥିଲେ । ଗିରିଶ ମହାଜନଙ୍କ ସମେତ ୨୮ଜଣଙ୍କ ବିରୋଧରେ ଏ ନେଇ ଏଫଆଇଆର ରୁଜୁ କରାଯାଇଥିଲା ।

Comments are closed.