ୟୁଜିନ: ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ସୋମବାର ୩ଟି ବିଶ୍ୱରେକର୍ଡ ଭଙ୍ଗ ହୋଇଛି । ୧୦୦ ମିଟର ହର୍ଡଲ୍ସ ଇଭେଂଟରେ ନାଇଜେରିଆ ଆଥଲେଟ ଟୋବି ଅମୁସାନୀ ଗୋଟିଏ ଦିନରେ ୨ ଥର ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ । ପ୍ରଥମେ ସେ ସେମିଫାଇନାଲରେ ୧୨.୧୨ ସେକେଣ୍ଡ ସମୟ ନେଇ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ଆହୁରି ଭଲ ପ୍ରଦର୍ଶନ କରି ସେ ପୁନର୍ବାର ନିଜ ରେକର୍ଡ ଭଙ୍ଗ କରିଥିଲେ । ୧୨.୦୬ ଟାଇମିଂରେ ଟୋବି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବ୍ରିଟନୀ ଆଣ୍ଡରସନ (୧୨.୨୩) ରୌପ୍ୟ ଓ ପୁର୍ତୋରିକୋର ଜସମିନ କେମାକୋ କ୍ୱିନ (୧୨.୨୩) ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ପୋଲ ଭୋଲ୍ଟ ଇଭେଂଟରେ ସ୍ୱୀଡେନର ମୋଣ୍ଡା ଡୁପ୍ଲାଟିଂସ ୬.୨୧ ମିଟର ଉଚ୍ଚକୁ ଡେଇଁ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ପୂର୍ବରୁ ଥିବା ନିଜ ରେକର୍ଡରେ ସୁଧାର ଆଣିଥିଲେ । ଆମେରିକାର କ୍ରିଷ୍ଟଫୋର ନିଲସନ (୫.୯୪) ଓ ଇରାନର ଜନ ଅବିନା (୫.୯୪) ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
BREAKING NEWS
- ଦିଲ୍ଲୀ ପ୍ରଦୂଷଣକୁ ନେଇ କ୍ଷମା ମାଗିଲେ ମନ୍ତ୍ରୀ; ଏତେ କମ୍ ସମୟ…
- Dhruv64:ଲଞ୍ଚ ହେଲା ଭାରତର ପ୍ରଥମ 1.0 GHz ସ୍ୱଦେଶୀ ଚିପ୍ ; ପ୍ରତିରକ୍ଷା କ୍ଷେତ୍ରରେ ହେବ ଉପଯୋଗୀ
- ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି
- ବଦମାସ ଗୁଳି ଚଳାଇଲେ, ମୋବାଇଲ ବଂଚାଇଲା ଜୀବନ
- ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି
- ବିଏମସିର ସଫେଇ ଅଭିଯାନ; ଅନେକ ଦୋକାନ ଉପରେ ୧ ଲକ୍ଷ ଫାଇନ
- Puri Police: ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର
- ଜମି ମ୍ୟୁଟେସନ୍ ମାମଲା; ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ୍
- ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ
- ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ରରେ ନୂତନ ଶିଖର ଛୁଇଁବ- ମୁଖ୍ୟମନ୍ତ୍ରୀ
Comments are closed.