Latest Odisha News

BREAKING NEWS

ଛୁଟିରେ ଗଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ

ସରକାରୀ କାର୍ଯ୍ୟାନୁଷ୍ଠାନ ଭୟରେ ଛୁଟିରେ ଯିବା ନେଇ ଚର୍ଚା!

ସମ୍ବଲପୁର :ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ନେଇ ଏବେ ଜୋରଦାର ଚର୍ଚା।  ବିବାଦୀୟ ନିଷ୍ପତ୍ତି ନେଇ କୋଣସେଠା ହୋଇପଡ଼ିଥିବା ପ୍ରଫେସର ମିତ୍ତଲ ଏବେ ଛୁଟିରେ ଯାଇଛନ୍ତି । କୁଳପତି ପ୍ରଫେସର ମିତ୍ତଲ ଛୁଟିରେ ଯିବା ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ଭିତରେ ତ ଚର୍ଚା ହେଉଛି ଏବେ ବାହାରେ ମଧ୍ୟ ଆଲୋଚନା ଲାଗି ରହିଛି ।

ଘଟଣାଅନୁସାରେ ବିଲାସପୁରସ୍ଥିତ ସାଉଥ୍‌ ଇଣ୍ଟର୍ଣ୍ଣ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ ପକ୍ଷରୁ ‌ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ନିମନ୍ତେ  ୩୩ ଲକ୍ଷ ୪୪ ହଜାର ଟଙ୍କା ଆସିଥିଲା । ତେବେ ମଧ୍ୟରୁ ସେ ୨୯ ଲକ୍ଷ ଟଙ୍କା ତାଙ୍କ ନିକଟ ସଂପର୍କୀୟଙ୍କ ପାଖକୁ ପଠାଇ ଦେଇଥିଲେ। ଯାହା ଜଣାପଡିବା ପରେ ତାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୋଟିଏ ପକ୍ଷ ଦାବି କରିଥିଲେ ।   ଅନିୟମିତତା ଧରାପଡ଼ିବା ପରେ ସେ ଷ୍ଟେଟ୍‌ ବ୍ୟାଙ୍କ, ‌ଜ୍ୟୋତି ବିହାର ଶାଖାରେ ଉକ୍ତ ପ୍ରକଳ୍ପର ଆକାଉଣ୍ଟ ନମ୍ବର ୪୦୧୯୯୭୪୨୪୧୪ରେ ପୁଣି ସେହି ଟଙ୍କାକୁ ଡିପୋଜିଟ କରିଥିଲେ ପ୍ରଫେସର ମିତ୍ତଲ ।  ବାଧ୍ୟହୋଇ ଜମା କରିଥିଲେ।  ରାଜ୍ୟ ସରକାର ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ପ୍ରଫେସରଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେଣୁ ସେ ଆଗୁଆ ଛୁଟିରେ ଯାଇଛନ୍ତି ନା ତାଙ୍କୁ ପଠାଯାଇଛି ତାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଚର୍ଚା ହେଉଛି ।  କୁଳପତି ପ୍ରଫେସର ମିତ୍ତଲଙ୍କ କ୍ଷେତ୍ରରେ ସରକାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚର୍ଚା ହେଉଛି ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଫେସର ମିତ୍ତଲଙ୍କ କାର୍ଯ୍ୟକାଳ ସମୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅନେକ ଦୁର୍ନାମ ମୁଣ୍ଡାଉଛି।  ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିରୋଧୀମାନେ ସରକାରଙ୍କୁ ଘେରିଥିଲେ ।  ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ଆର୍ଥିକ ଅନିୟମିତତା ଘଟଣା ପରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ଯାହା ପରେ ପ୍ରଫେସର ମିତ୍ତଳ ଛୁଟିରେ ଯାଇଥିବା କୁହାଯାଉଛି ।

Leave A Reply

Your email address will not be published.