ରାୟଗଡ଼ା: ହଇଜା ପୁଣି ନେଲା ଆଉ ଗୋଟିଏ ଜୀବନ। ହଇଜାଜନିତ ମୃତ୍ୟୁ ସଂଖ୍ୟା ପହଁଚିଲା ୧୦ରେ । ମୃତକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜାରେ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ ଜଣେ ଆକ୍ରାନ୍ତଙ୍କ ପ୍ରାଣହାନିକୁ ନେଇ ପୁଣି ଭୟ ସୃଷ୍ଟି ହୋଇଛି । ଏବେ ମଧ୍ୟ ୩ଟି ଡାକ୍ତରଖାନାରେ କିଛି ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ କାଶିପୁର ବ୍ଲକର ୨୮ ପଞ୍ଚାୟତରୁ ୬ ପଞ୍ଚାୟତକୁ ବ୍ୟାପିଲାଣି ଏହି ମାରାତ୍ମକ ଭୂତାଣୁ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବ୍ୟାପୁଥିବା ବେଳେ ଗତ ଦୁଇଦିନରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ତେଣେ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ବୋଲି କୁହାଯାଉଛି । ସେମାନଙ୍କ ମଧ୍ୟରୁ ୪୭ ମେଡ଼ିକାଲରେ, ୪୧ ଜଣଙ୍କ ଚିକିତ୍ସା ଘରେ ଗ୍ରାମାଞ୍ଚଳ ମେଡ଼ିକାଲ୍ ଟିମ୍ ଦ୍ବାରା ଚାଲିଛି।
BREAKING NEWS
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
Comments are closed.