ନ୍ୟୁୟର୍କ: ଆମେରିକା ପୋଲିସ ଗୁରୁବାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଜଣଙ୍କ ମିଲିଟ୍ରି ବେସରେ ପଶିବା ପାଇଁ ଉଦ୍ୟମ କରୁଥିବାରୁ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ । ମୁଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଲିୟନଙ୍କ ବିଷୟରେ ତଥ୍ୟ ଦେବାକୁ ଆସିଛି କହିବା ପରେ ସୁରକ୍ଷାକର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଫକ୍ସ୩୫ରେ ଏହି ଖବର ପ୍ରକାଶ ପାଇଛି । ବ୍ୟକ୍ତିଙ୍କ ନାମ କୋରି ଜନଶନ ଓ ସେ ଏକ ଚୋରା ଟ୍ରକରେ ଫ୍ଲୋରିଡା ବ୍ରେବାର୍ଡ କାଂଉଟି ସ୍ଥିତ ପ୍ୟାଟ୍ରିକ ସ୍ପେସ ଫୋର୍ସ ବେସରେ ପଶିବାକୁ ଉଦ୍ୟମ କରୁଥିଲେ । ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ମିଶନରେ ଅଛି, ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେବାକୁ ଅଛି ବୋଲି କହିଥିଲେ । ମୁଁ ସେହି ଏଲୟନ୍ସଙ୍କ ବିଷୟରେ କହିବାକୁ ଆସିଛି ଯେଉଁମାନେ ଚୀନ ଡ୍ର୍ୟାଗନ୍ସଙ୍କ ସହ ଲଢ଼େଇ କରୁଛନ୍ତି ବୋଲି କୋରି କହିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଅବଶ୍ୟ ୟୁଜର୍ସମାନେ ଏହାକୁ ମଜାରେ ନେଇଛନ୍ତି । ପ୍ରକୃତ ଘଟଣା ସମ୍ପର୍କରେ କୌଣସି ତଥ୍ୟ ମିଳି ନାହିଁ । କୋରୀଙ୍କୁ ଚୋରୀ ଅଭିଯୋଗରେ ପୋଲିସ ଗିରଫ କରିଛି ।
BREAKING NEWS
- କୁସୁମା ପାର୍କ ଭିତରେ ବଙ୍ଗଳା କାହାର, ତଦନ୍ତ ନିର୍ଦ୍ଦେଶ
- ଆଇପିଏଲ: ଅଧିକ ଖେଳାଳି ରିଟେନଶନ ପାଇଁ ଅନୁରୋଧ କଲେ ଫ୍ରାଂଚାଇଜର
- ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ
- କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ
- ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ହେମନ୍ତ ସୋରେନ
- ସଂସଦରେ ରାହୁଲ ବନାମ ମୋଦି
- ଘୂର୍ଣ୍ଣିବଳୟ ପ୍ରଭାବରେ ୬ରୁ ପ୍ରବଳ ବର୍ଷା
- ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ
- କାହିଁକି ହାରିଲା ବିଜେଡି ? କହିଲେ ପ୍ରଭାତ ବିଶ୍ବାଳ
- ବାର୍ବାଡୋସ୍ ଛାଡିଲେ ଟିମ୍ ଇଣ୍ଡିଆ, ଖୁବଶୀଘ୍ର ପହଞ୍ଚିବେ