ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୪୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ସର୍ବ ପୁରାତନ ତୀର୍ଥ ମାର୍କଣ୍ଡେୟ ପୁଷ୍କରଣୀ ସୃଷ୍ଟିର ପୌରାଣିକ ଉପାଖ୍ୟାନ ଏହିପରି ।
ସେତେବେଳେ ସମଗ୍ର ବିଶ୍ୱ ପ୍ରଳୟ ଜଳରେ ପ୍ଲାବିତ ହୋଇଥାଏ। ଆଉ ସେହି ପ୍ରଳୟ ଜଳରେ ଭାସିଭାସି ମୁର୍କଣ୍ଡ ଋଷିଙ୍କ ପୁତ୍ର, ସପ୍ତକଳ୍ପ ଜୀବୀ ମାର୍କଣ୍ଡେୟ ମହର୍ଷି ଆସି କଳ୍ପ ବଟରେ ଲାଗିଲେ। ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ :-
ମାର୍କଣ୍ଡ ଋଷି ଯାଉଥିଲେ ଭାସି
ଉଦ୍ଧରି ଧଇଲ ବାମ କରେ
ମାନ ଉଦ୍ଧାରଣ କର ହେ
କାରଣ ଶରଣ ମୁଁ ତୁମ ପାଦ ତଳେ
କଳ୍ପବଟର ମୂଳକୁ ଆଶ୍ରୟ କରି ଥିବା ସମୟରେ ମାର୍କଣ୍ଡେୟ ଋଷି ଏକ ସାନ ପିଲାର ସ୍ୱର ଶୁଣି ବୃକ୍ଷର ଉପରେ ଏକ ପତ୍ରରେ ବିଷ୍ଣୁଙ୍କ ବାଳ ମୁକୁନ୍ଦ ସ୍ୱରୂପ ଦେଖିଲେ। ସେହି ବାଳମୁକୁନ୍ଦଙ୍କ ଆଦେଶ ମାନି ତାଙ୍କ ଉଦରରେ ପ୍ରବେଶ କଲେ ଓ ସେଠାରେ ସାରା ବିଶ୍ୱକୁ ଦର୍ଶନ କରି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ସଙ୍ଗେ ସଙ୍ଗେ ସଂସାରର ଏଦଶା ଦେଖି, ସେହି କ୍ଷେତ୍ରରେ ବାସ କରିବାର ଅଭିଳାଷ ବ୍ୟକ୍ତ କଲେ, ତେଣୁ ପ୍ରଭୂ ସ୍ୱୟଂ ଏକ ଗର୍ତ୍ତ ନିର୍ମାଣ କରାଇ ତହିଁରେ ମାର୍କଣ୍ଡ ଋଷିଙ୍କୁ ବାସ କରିବାକୁ ଆlଦେଶ ଦେଲେ ସେଥିପାଇଁ ମାର୍କଣ୍ଡେୟ ତୀର୍ଥ ଅତ୍ୟନ୍ତ ପ୍ରାଚୀନ ଓ ପାବନ ଏବଂ ଭକ୍ତଟିଏ ସ୍ନାନ ପୂର୍ବରୁ ପାର୍ଥନା କରେ । ଅତି ତୀକ୍ଷ୍ଣ ମହାକାୟ କଳ୍ପlନ୍ତୋ ଦହନୋପମ, ଭୈରବାୟ ନମୋସ୍ତୁଭ୍ୟଂ ଅନୁଜ୍ଞାଂ ଦାତୁମହର୍ଷି । ଅର୍ଥାତ ହେ ଭୈରବ, ଅତି ତୀକ୍ଷିଣ ମହାକାୟ ମୁଁ ପ୍ରଣାମ କରୁଛି, ଆପଣ ମୋତେ ତୀର୍ଥ ସ୍ନାନ ପାଇଁ ଅନୁମତି ଦିଅନ୍ତୁ।
ଏହି ସରୋବରର ବର୍ତ୍ତମାନ ଆକାର ଉତ୍ତର ପଟେ ୩୫୦ ଫୁଟ, ଦକ୍ଷିଣ ପଟେ ୩୮୫ ଫୁଟ, ପୂର୍ବରେ ୫୦୫ ଫୁଟ ଓ ପଶ୍ଚିମରେ ୫୪୨ ଫୁଟ ଆଗାମୀ ଅଧ୍ୟlୟ ରେ ଜାଣିବା ଏହାର ମାହାତ୍ମ୍ୟ ଏବେ ଆରାଧନା ।
ନମୋ ନମସ୍ତେ ଗଜାନନ ନମସ୍ତେ କପିଳ ବଦନ, ନମସ୍ତେ ଦାରୁବ୍ରହ୍ମ ରାଶି ନମୋ ନମସ୍ତେ ବିଶ୍ୱବାସୀ ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )