Latest Odisha News

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ ପାଇଁ ୨ୟ ସ୍ୱର୍ଣ୍ଣ ଜିତିଲେ ଜେରେମୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୱେଟଲିଫ୍ଟରମାନେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁରୁଷ ୬୭ କିଗ୍ରା ବିଭାଗରେ ଜେରେମୀ ଲାଲରିନୁଙ୍ଗା ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରତିଯୋଗିତା ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ହାର ନ ମାନି ଦେଶ ପାଇଁ ଗୌରବ ଆଣିଛନ୍ତି । ଭାରତର ପଦକ ସଂଖ୍ୟା ଏଥିସହ ୫ରେ ପଂହଚିଛି । ସେ ସ୍ନାଚରେ ୧୪୦ ଓ କ୍ଲିନ ଆଣ୍ଡ ଜର୍କରେ ୧୬୦ କେଜି ସହ ଓଭରାଲ ୩୦୦ କେଜି ଭାର ଉଠାଇଥିଲେ । ସମୋଆର ବାଇବାପା ଆଇଓନେ ୨୯୩ କେଜି ଭାର ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି ।

ଜେରେମୀ ୨୦୧୮ ୟୁଥ ଅଲିମ୍ପିକ୍ସରେ ଓ ୨୦୨୧ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଗତ କାଲି ଅଲିମ୍ପିକ ପଦକ ବିଜେତା ମୀରାବାଇ ଚାନୁ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୱେଟଲିଫ୍ଟିଂରେ ଭାରତର ପ୍ରଦର୍ଶନ ଭଲ ରହିଥିବାରୁ ଏହା ଅନ୍ୟ ବିଭାଗର ପ୍ରତିଯୋଗୀଙ୍କ ମନୋବଳ ବଢ଼ାଇବ ବୋଲି ଆଶା କରାଯାଉଛି ।

Comments are closed.