Latest Odisha News

BREAKING NEWS

କମିଲା ଏଲପିଜି ସିଲିଣ୍ଡରର ଦାମ୍, ଆପଣଙ୍କ ପକେଟରୁ କେତେ ସଞ୍ଚିତ ହେବ ?

ନୂଆଦିଲ୍ଲୀ: ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମିଛି। ସିଲିଣ୍ଡର ପିଛା ୩୬ ଟଙ୍କା ଶସ୍ତା ହୋଇଛି। ଦର କମିବା ପରେ ଏବେ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୧୯୭୬ ଟଙ୍କା ରହିଛି । ଯାହା ପୂର୍ବରୁ ୨୦୧୨.୫୦ ଟଙ୍କା ଥିଲା। ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନି। ଦର କମିବା ପୂର୍ବରୁ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସର ମୂଲ୍ୟ ୨୦୧୨.୫୦ ଟଙ୍କା, କୋଲକାତାରେ ୨୧୩୨ ଟଙ୍କା, ମୁମ୍ବାଇରେ ୧୯୭୨.୫୦ ଟଙ୍କା ଏବଂ ଚେନ୍ନାଇରେ ୨୧୭୭.୫୦ ଟଙ୍କା ଥିଲା।

ଜୁଲାଇ ମାସରେ ଦୁଇଥର ହ୍ରାସ ପାଇବା ସହିତ କ୍ରମାଗତ ଚତୁର୍ଥ ପାଇଁ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି। ମେ ୧୯ ରେ, ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ରୋଷେଇ ସିଲିଣ୍ଡରର ମୂଲ୍ୟ ୨୩୫୪ ଟଙ୍କା ଥିଲା। ଜୁନ୍ ୧ରେ ଏହାର ମୂଲ୍ୟ ୧୩୫ ଟଙ୍କା ହ୍ରାସ ପାଇଥିଲା। ଏହା ପରେ ଦର ୨୨୧୯ ଟଙ୍କାକୁ ଖସି ଆସିଥିଲା। ଜୁଲାଇ ୧ରେ ଏହାର ମୂଲ୍ୟ ୧୯୮ ଟଙ୍କା ହ୍ରାସ ପାଇବା ପରେ ୨୦୨୧ ଟଙ୍କାକୁ ହ୍ରାସ ପାଇଥିଲା। ଜୁଲାଇ ୬ ରେ ଏହାର ମୂଲ୍ୟ ୮.୫୦ ଟଙ୍କା ହ୍ରାସ ପାଇ ୨୦୧୨.୫୦ ଟଙ୍କାକୁ ଖସି ଆସିଥିଲା।

ଉଲ୍ଲେଖଯୋଗ୍ୟ, ଘରୋଇ ରୋଷେଇ ଗ୍ୟାସ ଦର ଏବେ ସିଲିଣ୍ଡର ପିଛା ଏକ ହଜାର ଟଙ୍କା ଉପରେ ରହିଛି । ଏପରି ସ୍ଥିତିରେ ବ୍ୟବସାୟିକ ସିଲିଣ୍ଡରର ଦାମ କମିବାର ପ୍ରଭାବ ଘରୋଇ ଖନ୍ଦାଶାଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଅର୍ଥାତ୍ ଯେପରି ହାଣ୍ଡିଶାଳର ବଜେଟ ଉଚ୍ଚା ରହିଛି ସେହିପରି ରହିବ।

Leave A Reply

Your email address will not be published.