Latest Odisha News

BREAKING NEWS

ଚାଇନାକୁ ଶକ୍ତ ଆମେରିକାର ଚାପୁଡ଼ା, ରାଗରେ ନାଲି ଚୀନ

ତାଇଓ୍ବାନର ଗଣତନ୍ତ୍ର ସୁରକ୍ଷା ପାଇଁ ଦୁଇଦେଶର ନେତା କରିବେ ଆଲୋଚନା

ତାଇୱାନରେ ପହଁଚିଛନ୍ତି ଆମେରିକା ସଂସଦର ବାଚସ୍ପତି ନାନସି ପେଲୋସି । ଚୀନର ଧମକକୁ ଖାତିର ନକରି କଡା ସୁରକ୍ଷା ଭିତରେ ତାଇଓ୍ବାନ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ତାଙ୍କ କାରକୁ କଡା ସୁରକ୍ଷା ଦିଆଯାଇଛି । ପହଁଚିବା ପରେ ଟୁଇଟ କରିଛନ୍ତି ପେଲୋସି ।

ପେଲୋସି ପହଁଚିବା ପରେ ଚୀନ ତାଇଓ୍ବାନ ସୀମାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଋଷିଆ ବି ଚେତାବନୀ ଦେଇଥିଲା । ତେବେ ଆମେରିକା ତାର ବନ୍ଧୁ ରାଷ୍ଟ୍ରର ସମ୍ମାନ ପାଇଁ ସବୁକିଛି କରିପାରେ ।

ତାଇଓ୍ବାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦୁଇଦେଶର ଉଚ୍ଚଅଧିକାରୀମାନେ ବୈଠକ କରିବେ । ଆଲୋଚନା କରିବେ । ତେବେ ଏହା ନକରିବାକୁ ଚୀନ ଧମକ ଦେଇଥିଲା । ତେଣୁ ଏହି ଗସ୍ତ ନେଇ ଶଂସୟ ସୃଷ୍ଟି ହୋଇଥିଲା ।

ଏବେ ତାଇଓ୍ବାନ ପାଇଁ  ଦୁନିଆର ଦୁଇ ମହାଶକ୍ତି ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁଯାୟୀ, ଆମେରିକାର ସିନେଟର ନାନସୀ ପେଲୋସି ରାତି ପ୍ରାୟ 8.15 ସମୟରେ ତାଇୱାନ ମାଟିରେ ପହଞ୍ଚିଥିଲେ ।  ସମସ୍ତ ଧମକ ଏବଂ ପ୍ରଦର୍ଶନ ପରେ ଆମେରିକାର ସିନେଟରଙ୍କୁ କଡା ସୁରକ୍ଷା ଦିଆଯାଇଛି। ଅନ୍ୟପକ୍ଷରେ ଜାପାନ ଗଣମାଧ୍ୟମ ରିପୋର୍ଟ କରିଛି ଯେ 13 ଟି ବାୟୁସେନା ବିମାନ ତାଇୱାନରେ ପେଲୋସିଙ୍କୁ ସୁରକ୍ଷା ଦେବ। ଏହି ସୁରକ୍ଷା ଜାହାଜରେ ଆଠଟି ଯୁଦ୍ଧ ବିମାନ ମଧ୍ୟ ଅନ୍ତର୍ଭୁକ୍ତ  । ଆମେରିକାର ତାଇୱାନ ପ୍ରତି ଆଗ୍ରହ ପରେ ଚୀନ୍ କ୍ରୋଧିତ ହୋଇଛି। ଚୀନ୍ ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲା  ।

ସେପଟେ 13 ଟି ବାୟୁସେନା ବିମାନ ଜାପାନର ସାମରିକ ଘାଟିରୁ ଯାଇ ପେଲୋସିଙ୍କୁ ସୁରକ୍ଷା ଦେବାକୁ ତୟାର ରହିଛି  । ଏହି ବିମାନକୁ ତାଇୱାନ ଗସ୍ତ ସମୟରେ ଆମେରିକାର ସିନେଟର ନାନସୀ ପେଲୋସିଙ୍କୁ ସୁରକ୍ଷା ଦିଆଯାଇଛି। ନାନସୀ ତାଇୱାନ ଗସ୍ତକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ୁଥିବାରୁ  ଆଠଟି ଆମେରିକୀୟ ଯୁଦ୍ଧ ବିମାନ ଏବଂ ପାଞ୍ଚଟି ଟ୍ୟାଙ୍କର୍ ଜାପାନରୁ ଆସି ତାଇଓ୍ବାନରେ ପହଁଚିଛନ୍ତି ।  ପେଲୋସିଙ୍କ ଏସକର୍ଟ ରେ ଏସବୁ ସାମିଲ ଅଛନ୍ତି ।

Comments are closed.