ବୁରହାନପୁର: ଭାରତରେ ଏବେ ଆଜାଦୀର ଅମୃତ ମହୋତ୍ସବ ପାଳନ କରାଯାଉଛି । ୧୧ ଅଗଷ୍ଟରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହେବ । ତେବେ ମଧ୍ୟପ୍ରଦେଶର ବୁରହାନପୁରରେ ଏପରି ଏକ ପରିବାର ଅଛି ଯାହାର ସଦସ୍ୟ ପ୍ରତ୍ୟେକ ଦିନ ସମ୍ମାନର ସହ ଜାତୀୟ ପତାକା ଉତୋଳନ କରିଥାନ୍ତି । ୭ ବର୍ଷ ହେବ ସେମାନେ ଏହି କାର୍ଯ୍ୟ ଜାରୀ ରଖିଛନ୍ତି ଏବଂ ଏହା ଏକପ୍ରକାର ତାଙ୍କର ପରିଚୟ ମଧ୍ୟ ସାଜିଛି । ତେଜସ କୃଷ୍ଣକାନ୍ତ ଶାହା ସେନାରେ ଭର୍ତି ହେବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ମାତ୍ର କୌଣସି କାରଣ ବଶତଃ ସେ ସାମିଲ ହୋଇପାରି ନ ଥିଲେ । ସେ କିନ୍ତୁ ସେନା ଏବଂ ଦେଶର ସମ୍ମାନ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନ ଜାତୀୟ ସଙ୍ଗୀତ ସହ ଧ୍ୱଜାରୋହଣ କରାଯାଏ । ସେହିପରି ସୂର୍ଯ୍ୟାସ୍ତର ୧୦ ମିନିଟ ପୂର୍ବରୁ ଧ୍ୱଜାଅବତରଣ କରାଯାଇଥାଏ । ପ୍ରଥମେ ସ୍ଥାନୀୟ ଲୋକେ କହିଥିଲେ ଏହା ବେଶୀ ଦିନ ତିଷ୍ଠିବ ନାହିଁ । ମାତ୍ର କୃଷ୍ଣକାନ୍ତଙ୍କ କହିବା ଅନୁସାରେ ମୁଁ ବଂଚିଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରି ଚାଲିଥିବି । ତାଙ୍କ ମାଆ ଏବଂ ଭାଇ ଏଥିରେ ତାଙ୍କୁ ସହଯୋଗ କରିଥାନ୍ତି । ଦୁଇ ଭାଇଙ୍କ ଅନୁପସ୍ଥିତିରେ ତାଙ୍କ ମାଆ ଏହି କାର୍ଯ୍ୟ କରିଥାନ୍ତି ।
BREAKING NEWS
- କେଜ୍ରିଓ୍ବାଲଙ୍କୁ ମିଳିବ କି ଅନ୍ତରୀଣ ଜାମିନ? ଆଜି ଶୁଣାଣି..
- କଲରା ପତରିଆ ବାଘ ଆକ୍ରମଣରେ ଜଣେ ମୃତ
- ବ୍ୟବସାୟୀଙ୍କ ଘରୁ ମିଳିଲା ଟଙ୍କାର ପାହାଡ଼, ଜବତ ହେଲା ବିଡ଼ା ବିଡ଼ା ନୋଟ୍
- ଭାରି ପଡିବ କି ବିଜେଡି ଇସ୍ତହାର?, ‘ମିଶନ ଶକ୍ତି ମା’ଙ୍କୁ ପେନସନ, ସରକାରୀ ଚାକିରୀଆଙ୍କୁ ବିଏସକେୱାଇରେ ଅର୍ନ୍ତଭୁକ୍ତ’
- ଦୁଇ ଓଡିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ
- ବଦଳିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କେତେ ରହିଛି ମୂଲ୍ୟ
- ମଝି ଆକାଶରେ ଜଳିଗଲା ଜେଟ, ଭିତରେ ଥିଲେ ୨ ପାଇଲଟ
- ଆରମ୍ଭ ହେଲା ଶୀତଳ ଷଷ୍ଠୀ ଯାତ୍ରା, ଆଜି ଚୟନ ହେବେ ମାତା ପାର୍ବତୀଙ୍କ ପିତାମାତା
- ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର କଲା ଏୟାର ଇଣ୍ଡିଆ
- କେନ୍ଦ୍ରୀୟ ଫୋକସରେ ଓଡିଶା, ଆସୁଛନ୍ତି ରାଜନାଥ, ଭୂପେନ୍ଦ୍ର