Latest Odisha News

BREAKING NEWS

ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ, ଏଥର ଟାର୍ଗେଟ ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତୀୟ ମହିଳା କ୍ରିକେଟ ଟିମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଛନ୍ତି । ଶନିବାର ଅନୁଷ୍ଠିତ ସେମି ଫାଇନାଲ ମୁକାବିଲାରେ ଭାରତ ୪ ରନରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ଟି୨୦ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରା ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ କରିଥିଲା । ସ୍ମୃତି ମାନ୍ଧାନା ଚମତ୍କାର ପ୍ରଦର୍ଶନ କରି ୩୨ ବଲରେ ୬୧ ରନ କରିଥିଲେ । ଜେମିମା ରୋଡ୍ରିଗ୍ୟୁଜ ୪୪ ରନରେ ଇନିଂସ ଖେଳିଥିଲେ । ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ନ୍ୟାଟ ଶିଭର ସର୍ବାଧିକ ୪୪ ରନ କରିଥିଲେ । ଭାରତର ସ୍ନେହା ରାଣା ୨ଟି ୱିକେଟ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭାରତ ଫାଇନାଲରେ ଭେଟିବ ।

Leave A Reply

Your email address will not be published.