Latest Odisha News

[ଦେଖନ୍ତୁ ଭିଡିଓ] ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ବିଜେପିର ଉତ୍ସାହ, ବିରୋଧୀ ଛାନିଆ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ଅମିତ ଶାହ । ଉତ୍ସାହରେ ରାଜ୍ୟ ବିଜେପି । ରବିବାର ଠାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଅମିତ ଶାହ ରବିବାର ରାତିରେ ଭୁବନେଶ୍ୱର ପହଞ୍ଚି ସୋମବାର ସକାଳେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ । ପରେ ଶାହ କଟକ ଯାଇ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

କଟକରେ କାର୍ଯ୍ୟକ୍ରମ ସାରି ଅମିତ ଶାହ ଭୁବନେଶ୍ୱର ଫେରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ । ଦଳୀୟ ନେତାଙ୍କୁ ଦେବେ ଗୁରୁମନ୍ତ୍ର । ରାଜ୍ୟରେ ବିଜେପି ପ୍ରମୁଖ ବିରୋଧୀ ଦଳ ଥିବାବେଳେ କଣ ହେବ ଦଳର ରଣନୀତି ? ସେନେଇ ଅମିତ ଶାହ ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ ।

୨୦୧୯ ନିର୍ବାଚନ ପରଠାରୁ ଅମିତ ଶାହ ଓଡ଼ିଶା ଆସି ନାହାଁନ୍ତି । ଗୃହମନ୍ତ୍ରୀ ହେବା ପରେ ପ୍ରଥମ ଥର ଲାଗି ଅମିତ ଶାହ ଓଡ଼ିଶା ଆସୁଛନ୍ତି । ଶାହଙ୍କ ଗସ୍ତ ପୂର୍ବରୁ ରାଜ୍ୟରେ ଇଡି ଓ ସିବିଆଇ ସକ୍ରିୟ ରହିଥିବା ବେଳେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଇଡି ଜବତ କରିବା ହେଉ ଅବା ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ସିବିଆଇ ରେଡକୁ ନେଇ ଚର୍ଚ୍ଚା ଚାଲିଥିବା ବେଳ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଜଳୁଥିବା ନିଆଁରେ ଘିଅ ଢାଳିବ ନିଶ୍ଚୟ ।

Leave A Reply

Your email address will not be published.