Latest Odisha News

ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ 59 ରନରେ ବିଜୟୀ

ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ରେ ଭାରତ 59 ରନରେ ବିଜୟୀ ହୋଇଛି ।  ଆମେରିକାର ଫ୍ଲୋରିଡା ସହରରେ ଖେଳାଯାଉଥିବା ଏହି ମ୍ୟାଚରେ ବର୍ଷା କିଛି ସମୟ ବାଧକ ସାଜିବାକୁ ମ୍ୟାଚ ଡେରିରେ ଆରମ୍ଭ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ 5 ଉଇକେଟରେ 191 ରନ କରିଥିଲା ।  ଓପନର ଭାବେ ରୋହିତ ଏବଂ ସୂର୍ଯ୍ୟକୁମାର ଖେଳ ଆରମ୍ଭ କରିଥିଲେ । ରୋହିତ ଶର୍ମା 16 ବଲରୁ 33 ରନ କରିଥିଲେ । ସେ 3ଟି ଛକା ସହ ଦୁଇଟି 4 ମାରିଥିଲେ । ସୂର୍ଯ୍ୟକୁମାର ଯାଦବ 14 ବଲରେ 24 ରନ କରିଥିଲେ  । ସେ 2ଟି ଛକା ଏବଂ ଗୋଟିଏ ଚୈାକା ମାରିଥିଲେ  । ଏହାପରେ ଦୀପକ ହୁଡା 21 ରନ୍ ଏବଂ ରିଷଭ ପନ୍ତ 44 ରନ୍ କରିବା ସହ  ବେଶ ବଢ଼ିଆ ଖେଳିଥିଲେ । ସାମସନ 30 ରନ୍ ଏବଂ ଅକ୍ଷର ପଟେଲ 20 ରନ କରି ନଟଆଉଟ୍ ଥିଲେ ।

192 ରନ ର ପିଛା କରି ଓ୍ବେଷ୍ଟଇଣ୍ଡିଜ ପ୍ରଥମରୁ ଉଇକେଟ ହରାଇ ଚାଲିଥିଲା । ଟାରଗେଟକୁ ନେଇ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବଡ଼ ସ୍କୋର କରିପାରିନଥିଲେ 132 ରନରେ ସମସ୍ତ ଉଇକେଟ ହରାଇଥିଲା ।   ଓପନର ଭାବେ କିଙ୍ଗସ 13 ମେୟର୍ସ 14 ରନ କରିଥିଲେ । ପୂରନ 24 ରନ୍ ଏବଂ ପାଓ୍ବେଲ 24 ରନ କରି ଆଉଟ ହୋଇଥିଲେ । ହୋଲଡର 13 ରନ କରି ଆଉଟ ହୋଇଥିଲେ । ବଡ଼ ସ୍କୋର ପିଛା କରି ଓ୍ବେଷ୍ଟ ଇଣ୍ଡିଜ ମାତ୍ର ରନରେ ଅଲଆଉଟ ହୋଇଥିଲା । ଇଣ୍ଡିଆ ପକ୍ଷରୁ ଆଭେସ ଖାନ 2ଟି ଉଇକେଟ ନେଇଥିବା ବେଳ ଅକ୍ଷର ପଟେଲ 2ଟି ଉଇକେଟ ନେଇଥିଲେ । ଅର୍ଶଦୀପ ସିଂହ 2ଟି ଉଇକେଟ ନେଇଥିବା ବେଳେ ରବି ବିଶ୍ନୋଇ 2ଟି ଉଇକେଟ ନେଇଥିଲେ ।

Leave A Reply

Your email address will not be published.