ନ୍ୟୁୟର୍କ: ଟେନିସକୁ ଅଲବିଦା କହିବାକୁ ଯାଉଛନ୍ତି ବିଶ୍ୱର ମହାନ ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ । ଆମେରିକାର ଏହି ୪୦ ବର୍ଷୀୟା ଷ୍ଟାର ଖେଳାଳି ୟୁଏସ ଓପନ ପରେ ଟେନିସରୁ ଅବସର ନେବେ ବୋଲି ପ୍ରଶଂସକଙ୍କୁ ଜଣାଇଛନ୍ତି । ଅଗଷ୍ଟ ୨୯ରୁ ୟୁଏସ ଓପନ ଆରମ୍ଭ ହେବ । ଭୋଗ୍ୟୁ ପତ୍ରିକାରେ ସେପ୍ଟେମ୍ବର ସଂସ୍କରଣରେ ସେ ଏ ସମ୍ପର୍କରେ କହିଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଜିତିଥିବା ଏହି ଖେଳାଳି ଏବେ ପରିବାର ପ୍ରତି ଅଧିକ ସମୟ ଦେବାକୁ ଚାହୁଁଥିବା ସ୍ପଷ୍ଟ କରିଛନ୍ତି । ୬ଥର ୟୁଏସ ଓପନ ଜିତି ସେ କ୍ରିସ ଏଭର୍ଟଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଓଭରାଲ ସେ ୟୁଏସ ଓପନରେ ୧୦୬ ମ୍ୟାଚ ଜିତିଥିବା ବେଳେ ୧୪ରେ ପରାଜୟବରଣ କରିଛନ୍ତି । ଟେନିସରୁ ଅବସର ନେବା କଥା ମୁଁ କେବେ ଚିନ୍ତା କରି ନ ଥିଲି ମାତ୍ର ଏବେ ଏହାର କାଂଉଟ ଡାଉନ ଆରମ୍ଭ ହୋଇଯାଇଛି ।
BREAKING NEWS
- ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି
- ବଦମାସ ଗୁଳି ଚଳାଇଲେ, ମୋବାଇଲ ବଂଚାଇଲା ଜୀବନ
- ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି
- ବିଏମସିର ସଫେଇ ଅଭିଯାନ; ଅନେକ ଦୋକାନ ଉପରେ ୧ ଲକ୍ଷ ଫାଇନ
- Puri Police: ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର
- ଜମି ମ୍ୟୁଟେସନ୍ ମାମଲା; ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ୍
- ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ
- ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ରରେ ନୂତନ ଶିଖର ଛୁଇଁବ- ମୁଖ୍ୟମନ୍ତ୍ରୀ
- India-Afghan Relations: ୩ ମାସରେ ତୃତୀୟ ଆଫଗାନିସ୍ତାନ ମନ୍ତ୍ରୀ ଆସିଲେ ଭାରତ…ଜାଣନ୍ତୁ କ’ଣ ରହିଛି ଖାସ୍
- ଆଇପିଏଲ ୨୦୨୬: ୱିକେଟ କିପର କାର୍ତିକ ଶର୍ମା ହେଲେ କୋଟିପତି
Comments are closed.