Latest Odisha News

BREAKING NEWS

ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା: ହାୱଡ଼ା-ଜଗଦ୍ଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଛି । ଲାଇନଚ୍ୟୁତ ହୋଇଥିବା ୧୮୦୦୫ ନଂ ସମଲେଶ୍ୱରୀ ଏକ୍ସପ୍ରେସ ଏକ ଟାୱାର କାରକୁ ଧକ୍କା ଦେଇଥିଲା । ଏହାଫଳରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା ।

ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ, ଟ୍ରେନର ଫ୍ରଣ୍ଟଗାର୍ଡ଼ ଓ ଲଗେଜ ଭ୍ୟାନ ସମେତ ୨ୟ ଶ୍ରେଣୀ ଜେନେରାଲ୍ କୋଚ ଏହି ଦୁର୍ଘଟଣା ଯୋଗୁଁ ଲାଇନଚ୍ୟୁତ ହୋଇପଡ଼ିଛି ।

ନିଆଁ ଲାଗିଯିବା ପରେ ପରେ ଏହାର ଇଞ୍ଜିନକୁ ଅନ୍ୟ ବଗିଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିଦିଆଯାଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଛି ।

ଋିପୋର୍ଟ ମିଳିବା ପର୍ଯ୍ୟନ୍ତ କ୍ଷୟକ୍ଷତି ତଥା କେହି ମୃତାହତ ହୋଇଥିବାର ଖବର ଜଣାପଡ଼ିନାହିଁ ।

Leave A Reply

Your email address will not be published.