Latest Odisha News

BREAKING NEWS

ମୁହଁକୁ ମିଠା, ଦେହକୁ ହିତ : ମହୁ

ଆଦିମ କାଳରୁ ମଣିଷ ମହୁର ବ୍ୟବହାର କରିଆସୁଛି । ସାତରୁ ସତୁରୀ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଏହା ଖୁବ୍ ଦରକାରୀ । ଏମିତିକି ଆମ ଦେଶରେ ଶିଶୁଟିଏ ଜନ୍ମ ନେଲେ ବୁନ୍ଦାଏ ମହୁ ଦେଇ ତାକୁ ସ୍ୱାଗତ କରାଯାଇଥାଏ । ମହୁ ନଷ୍ଟ ନହୋଇ ହଜାର ହଜାର ବର୍ଷ ସୁରକ୍ଷିତ ରହିପାରେ । ତେଣୁ ଆମର ସଭ୍ୟତା ଯେତେ ପୁରୁଣା, ମହୁର ବ୍ୟବହାର ମଧ୍ୟ ସେତିକି ପୁରୁଣା କହିଲେ ଚଳେ ।

ବିଭିନ୍ନ ଗଛର ଫୁଲରୁ ମକରନ୍ଦ ସଂଗ୍ରହ ପରେ ମହୁମାଛିଙ୍କ ଦ୍ୱାରା ଏହା ସାଧାରଣତଃ ପ୍ରସ୍ତୁତ ହୋଇଥାଏ । ମହୁକୁ ଉଭୟ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏହାକୁ କ୍ଷୀର ସହିତ ମିଶାଇ ଖାଇଲେ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ତେବେ ଶିଶୁ ଓ ବୃଦ୍ଧଙ୍କ ପାଇଁ ଏହାର ଅନେକ ଉପାଦେୟତା ରହିଛି ।

କଣ କରେ ମହୁ:

– ଲୋହିତ ରକ୍ତକଣିକା ଗଠନରେ ଏହା ଖୁବ୍ ସହାୟକ ଯୋଇଥାଏ ।
– ଅନେକ ପ୍ରକାରର ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଏହା ବହୁଳ ଭାବରେ ବ୍ୟବହାର କରାଯାଏ ।
– ରକ୍ତ ସଫା, କଫନାଶକ ଓ ଗଳା ସଫା କରିବାରେ ମହୁର ଭୂମିକା ଅଧିକ ।
– ମହୁରେ ମୁଖ୍ୟତଃ ଶର୍କରା, ଅମ୍ଳ, ଖଣିଜ ଲବଣ, ଭିଟାମିନ୍, ଏନ୍ଜାଇମ୍ ଆଦି ରହିବା ସହିତ ଜୀବାଣୁ ପ୍ରତିରୋଧକ ଶକ୍ତି ବହୁମାତ୍ରାରେ ରହିଥାଏ ।
– ଏଥିରେ ଥବା ଶର୍କରା ଅଂଶ ଖୁବ୍ ଶିଘ୍ର ହଜମ ହୋଇ ରକ୍ତରେ ସିଧାସଳଖ ମିଶିଯାଏ ।
– ନିଦ୍ରାହୀନତା ଦୂର କରିବା ପାଇଁ ରାତିରେ ଶୋଇବା ସମୟରେ ଏକ ଚାମଚ୍ ମହୁର ବ୍ୟବହାର ଖୁବ୍ ଭଲ ।
– ଏହାଛଡା ଖଣ୍ଡିଆଖାବରା ଓ ପୋଡାଜଳା ଜନିତ ଘା’ର ଉପଶମ ପାଇଁ ମହୁ ବ୍ୟବହାର କରାଯାଇଥାଏ ।
– ମେଦବୃଦ୍ଧି କମାଇବାର ଏକ ଭଲ ଔଷଧ ହେଉଛି ଲେମ୍ବୁରସ ସହିତ ମହୁ ସେବନ ।

Leave A Reply

Your email address will not be published.