Latest Odisha News

ନୂପୁର ଶର୍ମାଙ୍କ ହତ୍ୟା ଯୋଜନା କରୁଥିବା ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସକୁ ଆଜି ବଡ ସଫଳତା ମିଳିଛି । ସ୍ୱାଧୀନତା ଦିବସରେ ଆତଙ୍କ ସୃଷ୍ଟି କରିବା ଏବଂ ନୂପୁର ଶର୍ମାଙ୍କ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଥିବା ୨ଜଣ ଆତଙ୍କବାଦୀଙ୍କ ୟୁପି ଏଟିଏସ ଗିରଫ କରିଛି । ଜଣଙ୍କର ନାମ ମହମ୍ମଦ ନଦୀମ ବୋଲି ଜଣାପଡିଛି । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଇ ଅହମ୍ମଦ ଓ ତହରିଖ ଏ ତାଲିବାନ ସହ ଏହି ଦୁଇ ଆତଙ୍କବାଦୀଙ୍କ ସିଧାସଳଖ ସମ୍ପର୍କ ରହିଥିଲା । ନୂପୁରଙ୍କୁ ହତ୍ୟା କରିବା ଦାୟିତ୍ୱ ନଦୀମଙ୍କୁ ଦିଆ ଯାଇଥିଲା । ଅଭିଯୁକ୍ତ ମଧ୍ୟ ଏହା ସ୍ୱୀକାର କରିଛି । ପାକିସ୍ତାନରୁ ବିସ୍ଫୋରଣ ଦ୍ରବ୍ୟ ପ୍ରସ୍ତୁତ କରିବା ପିଡିଏଫ ଏବଂ ଭଏସ ମେସେଜ ନଦୀମଙ୍କ ଫୋନରୁ ଜବତ କରାଯାଇଛି । ୨୦୧୮ରୁ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଂଗଠନ ସୋସିଆଲ ମିଡିଆରେ ଭର୍ଚୁଆଲ ଆଇଡି ତିଆରି କରି ପ୍ରଶିକ୍ଷଣ ଦେଉଥିଲେ । ନଦୀମ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ ଏବେ ଆଫଗାନିସ୍ତାନ ଯାଇଥାନ୍ତା । ଏହି ଦୁଇ ଆତଙ୍କବାଦୀ ଗିରଫ ହେବା ପରେ ପୋଲିସ ତଦନ୍ତ ପ୍ରକ୍ରିୟା ବଢ଼ାଇଛି ।

Comments are closed.