ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସକୁ ଆଜି ବଡ ସଫଳତା ମିଳିଛି । ସ୍ୱାଧୀନତା ଦିବସରେ ଆତଙ୍କ ସୃଷ୍ଟି କରିବା ଏବଂ ନୂପୁର ଶର୍ମାଙ୍କ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଥିବା ୨ଜଣ ଆତଙ୍କବାଦୀଙ୍କ ୟୁପି ଏଟିଏସ ଗିରଫ କରିଛି । ଜଣଙ୍କର ନାମ ମହମ୍ମଦ ନଦୀମ ବୋଲି ଜଣାପଡିଛି । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଇ ଅହମ୍ମଦ ଓ ତହରିଖ ଏ ତାଲିବାନ ସହ ଏହି ଦୁଇ ଆତଙ୍କବାଦୀଙ୍କ ସିଧାସଳଖ ସମ୍ପର୍କ ରହିଥିଲା । ନୂପୁରଙ୍କୁ ହତ୍ୟା କରିବା ଦାୟିତ୍ୱ ନଦୀମଙ୍କୁ ଦିଆ ଯାଇଥିଲା । ଅଭିଯୁକ୍ତ ମଧ୍ୟ ଏହା ସ୍ୱୀକାର କରିଛି । ପାକିସ୍ତାନରୁ ବିସ୍ଫୋରଣ ଦ୍ରବ୍ୟ ପ୍ରସ୍ତୁତ କରିବା ପିଡିଏଫ ଏବଂ ଭଏସ ମେସେଜ ନଦୀମଙ୍କ ଫୋନରୁ ଜବତ କରାଯାଇଛି । ୨୦୧୮ରୁ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଂଗଠନ ସୋସିଆଲ ମିଡିଆରେ ଭର୍ଚୁଆଲ ଆଇଡି ତିଆରି କରି ପ୍ରଶିକ୍ଷଣ ଦେଉଥିଲେ । ନଦୀମ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ ଏବେ ଆଫଗାନିସ୍ତାନ ଯାଇଥାନ୍ତା । ଏହି ଦୁଇ ଆତଙ୍କବାଦୀ ଗିରଫ ହେବା ପରେ ପୋଲିସ ତଦନ୍ତ ପ୍ରକ୍ରିୟା ବଢ଼ାଇଛି ।
BREAKING NEWS
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

Comments are closed.