Latest Odisha News

‘ବିଜେପି ସରକାରରେ ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଛି’: କଂଗ୍ରେସ ବିଧାୟକ

ବେଙ୍ଗଳୁରୁ: କର୍ଣ୍ଣାଟକର ବିଜେପି ସରକାର ବିରୋଧର ବଡ଼ ଅଭିଯୋଗ । ଖଣ୍ଡିଏ ସରକାରୀ ଚାକିରି ଦେବାକୁ ଯାଇ ବେଶ୍ ତଳକୁ ଖସି ଯାଇଛି ରାଜ୍ୟରେ କ୍ଷମତାସୀନ ବିଜେପି । ସରକାରୀ ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଛି । କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ପ୍ରିୟାଙ୍କ ଖଡ଼ଗେ । ବିଜେପି ସରକାର ବିରୋଧରେ ଖଡ଼ଗେଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଭୃ-କୁଞ୍ଚନ ।

ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଥିବା ବେଳେ ଯୁବକମାନଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି । ନିଯୁକ୍ତିରେ ହେଉଥିବା ଅନିୟମିତତାର ନ୍ୟାୟିକ ତଦନ୍ତ ସହ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ଲାଗି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଖଡ଼ଗେ । କର୍ଣ୍ଣାଟକ ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବା ନିଯୁକ୍ତି ଉପରେ ଖଡ଼ଗେ ପ୍ରଶ୍ନ ଉଠାଇ କହିଛନ୍ତି, ସରକାର ପଦ ବିକ୍ରି ଲାଗି ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ ଚାକିରି ପାଇଁ ଯୁବତୀଙ୍କୁ ରାତି ବିତାଇବାକୁ କହିଥିଲେ । ଅନିୟମିତତା ସାମ୍ନାକୁ ଆସିବା ପରେ ଇସ୍ତଫା ଦେଇଥିଲେ ।

କର୍ଣ୍ଣାଟକ ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲିମିଟେଡରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିଅର ଇଞ୍ଜିନିୟର ଓ ସିଭିଲ୍ ଇଞ୍ଜିନିୟର ସମେତ ୧୪୯୨ଟି ପଦରେ ନିଯୁକ୍ତି ଦିଆଯାଇଛି । ପରୀକ୍ଷାରେ ବ୍ଲୁଟୁଥ୍ ବ୍ୟବହାର କରୁଥିବା ଜଣେ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି । ପ୍ରାୟ ୬୦୦ ପଦରେ ନିଯୁକ୍ତି ଲାଗି ଅନିୟମିତତା ହୋଇଥିବା ଖଡ଼ଗେ ଦାବି କରିଛନ୍ତି ।

ଏପରିକି ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦରେ ଭର୍ତ୍ତି ଲାଗି ୫୦ ଲକ୍ଷ ଓ ଜୁନିଅର ଇଞ୍ଜିନିୟର ପଦ ଲାଗି ୩୦ ଲକ୍ଷ ଟଙ୍କା ନିଆଯାଇଥିବା ଖଡ଼ଗେ ଅଭିଯୋଗ ଆଣିଛନ୍ତି । ଏଭଳି ଭାବେ ନିଯୁକ୍ତିରେ ୩୦୦ କୋଟି ଟଙ୍କାର କାରବାର ହୋଇଥିବା କହିଛନ୍ତି ଖଡ଼ଗେ । ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.