Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରମ କାର୍ଡ ସଂଶୋଧନ ନାଁରେ ଆଦିବାସୀ ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ

ରାୟଗଡ଼ା: ସହର ପରେ ଗାଁକୁ ଟାର୍ଗେଟ୍ । ଗାଁ ଗାଁରେ ସରଳ ନୀରିହ ଜନତାଙ୍କୁ ଠକେଇ ପାଇଁ ନୂଆ ତରିକା ଆପଣାଇଛନ୍ତି ଠକ । ବାସ୍ କେଇ ମିନିଟରେ ଆଙ୍ଗୁଠି ଛାପ ନେଇ ଖାଲି କରି ଦେଉଛନ୍ତି ଆକାଉଣ୍ଟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ତୁଡୁକାବାହାଲ ପଞ୍ଚାୟତ କୁନ୍ଦୁପୁଟ ଗାଁରୁ ଆସିଛି ଠକେଇ ଅଭିଯୋଗ । ସୂଚନା ଅନୁସାରେ, ଗାଁକୁ ୨ ଜଣ ଅଜଣା ଯୁବକ ଆସି କହିଥିଲେ ଇ-ଶ୍ରମ କାର୍ଡ ଭୁଲ୍ ଅଛି ।

ଆଉ ସେମାନଙ୍କ କଥାରେ ଭଳି ଯାଇଥିଲେ ଗାଁର ଏକାଧିକ ନୀରିହ, ସରଳ ଆଦିବାସୀ । ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଶ୍ରମ କାର୍ଡ ସଂଶୋଧନ ନାଁରେ ଗାଁର ୮ ପରିବାରର ଫିଙ୍ଗର ପ୍ରିଣ୍ଟ ନେଇଥିଲେ ୨ ଯୁବକ । ଆଉ ଦୁର୍ବୃତ୍ତ ଗାଁ ଛାଡ଼ି ଚାଲିଯିବା ପରେ ଖାଲି ହୋଇ ଯାଇଥିଲା ଆକାଉଣ୍ଟ । ଗୁରୁ ମାଝୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ଠକେଇର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି । ପୂର୍ବରୁ ଠକ ଅନଲାଇନ୍ ଫ୍ରଡ୍ କରୁଥିବା ବେଳେ ଓଟିପି ମାଧ୍ୟମରେ ଆକାଉଣ୍ଟ ଖାଲି କରି ନେଉଥିଲେ । ଏବେ ଏ ଠକଙ୍କ ନଜର ଗାଁ ଉପରେ । କାହାର ଆଧାର କାର୍ଡ ତ କାହାର ଶ୍ରମ କାର୍ଡ ସଂଶୋଧନ ନାଁରେ ଠକେଇ କରୁଛନ୍ତି । ଯଦି ଆପଣଙ୍କ ଗାଁକୁ କି ଘରକୁ କିଏ ଏଭଳି ଭୁଲ୍ ସଂଶୋଧନ ପାଇଁ ଆସୁଛି ତ ସତର୍କ ରୁହନ୍ତୁ । ନଚେତ୍ ଆପଣ ବି ହରାଇ ପାରନ୍ତି ଆପଣଙ୍କ କଷ୍ଟ ଉପାର୍ଜିତ ଧନ ।

Leave A Reply

Your email address will not be published.