ରୋମ: ରହସ୍ୟ ଓ ରୋମାଂଚରେ ପରିପୂର୍ଣ୍ଣ ଏ ଦୁନିଆ । ଇଟାଲୀର ରୋମରେ ଏ ଭଳି ଏକ ରହସ୍ୟମୟ ଘଟଣା ଘଟିଥିଲା । ୧୯୧୧ରେ ୧୦୬ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରେନ ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ପରେ ହଠାତ କୁଆଡେ ଗାଏବ ହୋଇ ଯାଇଥିଲା । ଜେନେଟି ନାମକ ଷ୍ଟେସନରୁ ଏହି ଟ୍ରେନ ବାହାରିଥିଲା । ପରବର୍ତୀ ଷ୍ଟେସନରେ ପଂହଚିବା ପାଇଁ ଏହାକୁ ଏକ ସୁଡଙ୍ଗ ଦେଇ ଯିବାକୁ ଥିଲା । ମାତ୍ର ଏହା ସୁଡଙ୍ଗ ମଧ୍ୟରେ କୁଆଡେ ହଜି ଯାଇଥିଲା । ୨ଜଣ ବ୍ୟକ୍ତି ଏହି ଘଟଣାରେ ଜୀବନ୍ତ ମିଳିଥିଲେ । ସେମାନଙ୍କ କହିବା ଅନୁସାରେ ଟ୍ରେନଟି ସୁଡଙ୍ଗ ମଧ୍ୟକୁ ଯିବା ପୂର୍ବରୁ ଧୂଆଁ ବାହାରିବାକୁ ଲାଗିଥିଲା । ଫଳରେ ଭୟରେ ଉପରୋକ୍ତ ୨ ବ୍ୟକ୍ତି ଟ୍ରେନରୁ ଡେଇଁ ପଡିଥିଲେ । ଏହି ଟ୍ରେନକୁ ବହୁ ଦିନ ପରେ ମେକ୍ସିକୋରେ ଦେଖିବାକୁ ମିଳିଥିଲା । ଏବେ ବି ଏହାର ରହସ୍ୟ ବୈଜ୍ଞାନିକମାନେ ଉଜାଗର କରିପାରୁ ନାହାନ୍ତି । ସବୁଠାରୁ ବଡ କଥା ସେ ସମୟରେ ରୋମରୁ ମେକ୍ସିକୋ ପର୍ଯ୍ୟନ୍ତ କୌଣସି ଟ୍ରେନ ଚଳାଚଳ ନ ଥିଲା । ଅନ୍ୟ କେତେକଙ୍କ କହିବା ଅନୁସାରେ ମେକ୍ସିକୋରେ ଏକ ଟ୍ରେନ ମଧ୍ୟରୁ ୧୦୪ଜଣ ପାଗଳ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଏହି ରହସ୍ୟମୟ ଟ୍ରେନକୁ ପରେ ରୁଷ, ଜର୍ମାନୀ ଏବଂ ରୋମାନିଆରେ ଦେଖିବାକୁ ମିଳିଥିବା ସ୍ଥାନୀୟ ଲୋକ କହିଛନ୍ତି । ସେ ଯାହା ବି ହେଉ ଏହି ରହସ୍ୟମୟ ଟ୍ରେନ ଗାଏବ ହେବାର ରହସ୍ୟ କଣ ଥିଲା ତାହା ଏବେ ବି ଜଣାପଡି ନାହିଁ ।
BREAKING NEWS
- Heavy rain alert: ଆଜିଠୁ ବଢ଼ିବ ବର୍ଷା;ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ
- ‘ସୋଲାର ରଥ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ; ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ
- ଗୋପାଳପୁର ଧବଳେଶ୍ୱର ମନ୍ଦିରରେ ରାଷ୍ଟ୍ରପତିଙ୍କ ଜଳାଭିଷେକ; ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ…
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
- ଓଡ୍ରାଫ୍ର ହେବ ନବୀକରଣ: ଏନଡିଆରଏଫ୍ ଢାଞ୍ଚାରେ ‘ଏସଡିଆରଏଫ୍’ ଗଠନ କରିବେ ରାଜ୍ୟ ସରକାର
- ସିନେମା ଜଗତ ପାଇଁ ଦୁଃଖଦ ଖବର: ଆଉ ନାହାନ୍ତି ‘ଗଜନୀ’ର ଭିଲେନ୍
- ବନ୍ୟା ମୁକାବିଲା ଓ କ୍ଷତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି ବିଜେଡି ନେତା
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
Comments are closed.