ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦାୟିତ୍ୱହୀନତା ନେଇ ୩ଜଣ ସିଏସଏଫ କମାଣ୍ଡୋଙ୍କୁ ହଟାଯାଇଥିବା ବେଳେ ଜଣେ ଡିଜି ଏବଂ କମାଣ୍ଡାଂଟ ର୍ୟାଙ୍କର ଅଧିକାରୀଙ୍କୁ ବଦଳି କରାଯାଇଛି । ଫେବୃୟାରୀ ୧୬ରେ ବାଙ୍ଗାଲୋରର ଜଣେ ବ୍ୟକ୍ତି ଡୋଭାଲଙ୍କ ଘରେ ବଳପୂର୍ବକ ପଶିବାକୁ ଉଦ୍ୟମ କରୁଥିଲେ । ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା । ଡୋଭାଲଙ୍କୁ ଜେଡ ସୁରକ୍ଷା ପ୍ରଦାନ କରାଯାଇଥିବା ବେଳେ ଏଥିରେ କିପରି ତ୍ରୁଟି ହେଲା ଏବଂ ଉକ୍ତ ବ୍ୟକ୍ତି କିପରି ସେ ପର୍ଯ୍ୟନ୍ତ ଗଲେ ସେ ନେଇ ତଦନ୍ତ କରାଯାଇଥିଲା । ଡୋଭାଲଙ୍କ ଉପରେ ଆତଙ୍କବାଦୀଙ୍କଠାରୁ ଆରମ୍ଭ କରି ପଡୋଶୀ ଶତ୍ରୁ ଦେଶ ଟାର୍ଗେଟରେ ରଖିଛନ୍ତି ।
BREAKING NEWS
- ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- CBSEର ନୂଆ ଅଧ୍ୟକ୍ଷ ପ୍ରଶାନ୍ତ ଲୋଖଣ୍ଡେ ସୀତାରାମ
- ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
- କାଶିରା ଗ୍ରାମରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ସଫେଇ ଅଭିଯାନ
- ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
- ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ
- ସାଇରାଜ ବାହୁଟୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ
- ଭାରତରେ ଶିଶୁ ମୃତ୍ୟୁ ହାରରେ ସୁଧାର, ଏବେବି ଏହି ରାଜ୍ୟ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଛି
- CBSE ମାମଲାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବିଦା କଲେ
Comments are closed.