କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ କୋଲକାତା ନାଇଟ ରାଇଡର୍ସ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରିଛି । ବ୍ରେଣ୍ଡନ ମ୍ୟାକକୁଲାମଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ପଣ୍ଡିତଙ୍କ କୋଚିଂ ବଳରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିବାରେ ସକ୍ଷମ ହୋଇଥିଲା । ୨୦୨୨ରେ କେକେଆରର ପ୍ରଦର୍ଶନ ନୈରାଶ୍ୟଜନକ ରହିବାରୁ ଏବଂ ମ୍ୟାକକୁଲାମ ଇଂଲଣ୍ଡ କୋଚ ଦାୟିତ୍ୱ ତୁଲାଇବା ପାଇଁ ଚୁକ୍ତିବଦ୍ଧ ହେବା ଫଳରେ ଏହି ସ୍ଥାନ ଖାଲି ପଡିଥିଲା । ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ପଣ୍ଡିତ ଜାତୀୟ ଦଳ ପକ୍ଷରୁ ୫ଟି ଟେଷ୍ଟ ଏବଂ ୩୬ଟି ଦିନିକିଆ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ମୁମ୍ବାଇ ଓ ବିଦର୍ଭ ଟିମର କୋଚ ଦାୟିତ୍ୱ ମଧ୍ୟ ସେ ତୁଲାଇଛନ୍ତି । ସେ ଘରୋଇ କ୍ରିକେଟରେ ୮ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଶ୍ରେୟାଶ ଆୟାର ଏବଂ ପଣ୍ଡିତଙ୍କ କମ୍ବିନେଶନ ଦଳକୁ ଫାଇଦାରେ ରଖିବ ବୋଲି କେକେଆର ପକ୍ଷରୁ କୁହାଯାଇଛି ।
BREAKING NEWS
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
- ଓଡ୍ରାଫ୍ର ହେବ ନବୀକରଣ: ଏନଡିଆରଏଫ୍ ଢାଞ୍ଚାରେ ‘ଏସଡିଆରଏଫ୍’ ଗଠନ କରିବେ ରାଜ୍ୟ ସରକାର
- ସିନେମା ଜଗତ ପାଇଁ ଦୁଃଖଦ ଖବର: ଆଉ ନାହାନ୍ତି ‘ଗଜନୀ’ର ଭିଲେନ୍
- ବନ୍ୟା ମୁକାବିଲା ଓ କ୍ଷତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି ବିଜେଡି ନେତା
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
- ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ
- ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍: ସିନ୍ଧୁଙ୍କୁ ୯ମ ଏବଂ ସାତ୍ତ୍ୱିକ୍-ଚିରାଗ ଯୋଡ଼ିଙ୍କୁ ମିଳିଲା ୫ମ ସୀଡିଂ
- ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ, ସରକାରଙ୍କ ଉପରେ ବର୍ଷିଲା ବିଜେଡି
Comments are closed.