ଭୁବନେଶ୍ବର: ଜୁଲାଇ 23 ଘଟଣାକୁ ନେଇ ପୁଣି ଅଭିନେତା ବାବୁସାନ ଭିଡିଓ ଜାରି କରିଛନ୍ତି । ବାବୁସାନ କହିଛନ୍ତି ଏହି ଘଟଣାକୁ ନେଇ ସେ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି । ଭିଡିଓ ଜାରି କରି ବାବୁସାନ ପ୍ରମିସ କରିଛନ୍ତି ଯାହା ଭୁଲ ହୋଇଛି ସେଭଳି ଆଉ ହେବ ନାହିଁ । ଭିଡିଓରେ ସେ କହିଛନ୍ତି ଯେ ‘ଏମିତି ଭୁଲ ଆଉ କେବେ ହେବନି । ମୋ ସ୍ତ୍ରୀ ଓ ଶଶୁରଙ୍କ ନାଁରେ ଏକ ମାମଲା ହୋଇଛି । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି । ଆଗକୁ ଆଉ କୌଣସି କ୍ଷତି ହେବାକୁ ଦେବିନାହିଁ ।
ଏଠାରେ ସୂଚନାଯୋଗ୍ୟ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ସତ୍ୟନଗରରେ କାରରେ ଯାଉଥିବା ବେଳେ ବାବୁସାନଙ୍କୁ ଅଟକାଇଥିଲେ ପତ୍ନୀ ତୃପ୍ତି ଶତପଥୀ । ସେଠାରେ ସେ ବାବୁସାନ ଏବଂ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ଏହାକୁ ନେଇ ଦୁଇ ପରିବାର ଥାନାକୁ ଯିବା ସହ ଏହି ଘଟଣା ସାରା ଓଡ଼ିଶାରେ ଚର୍ଚା ହୋଇଥିଲା । ସୋସିଆଲ ମିଡିଆରେ ସେହି ଭିଡିଓ ଭାଇରାଲ ହେବା ସହ ଲୋକେ ବାବୁସାନ ଏବଂ ପ୍ରକୃତିଙ୍କୁ ଦୋଷ ଦେଇଥିଲେ ।
ଏହି ଘଟଣାକୁ କେନ୍ଦ୍ରକରି ଥାନାରେ ମାମଲା ହୋଇଥିଲା । ତେବେ ଏବେ ଦୁଇ ପରିବାର ମଧ୍ୟରେ ଆଲୋଚନା ହୋଇ ସମସ୍ୟା ସମାଧାନ ପାଇଁ କଥାବାର୍ତ୍ତା ଚାଲିଥିବା କୁହାଯାଉଛି ।
Comments are closed.