ନୂଆଦିଲ୍ଲୀ: ବୁଲଗେରିଆର ସୋଫିଆରେ ଅନୁଷ୍ଠିତ ଜୁନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅନ୍ତିମ ଫଙ୍ଗଲ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ୫୩ କିଗ୍ରା ବିଭାଗରେ ସେ କାଜକସ୍ତାନର ଆଲଟନ ଶାଗାୟେଭାଙ୍କୁ ୮-୦ରେ ପରାସ୍ତ କରି ୩୪ ବର୍ଷ ଇତିହାସରେ ପ୍ରଥମ ଭାରତୀୟ ଭାବେ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି କ୍ୱାର୍ଟରରେ ଜର୍ମାନୀ ଏବଂ ସେମିଫାଇନାଲରେ ଜାପାନୀ ରେସଲରଙ୍କୁ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ । ଭାରତୀୟ ଜୁନିୟର ଟିମ ୧୬୦ ପଂଏଟ ସହ ରନର୍ସଅପ ଟ୍ରଫି ହାସଲ କରିଛି । ଜାପାନ ୨୩୦ ପଂଏଟ ଏବଂ ଆମେରିକା ୧୨୪ ପଂଏଟ ସହ ଯଥାକ୍ରମେ ପ୍ରଥମ ଏବଂ ତୃତୀୟ ସ୍ଥାନରେ ରହିଥିଲେ । ଭାରତ ପକ୍ଷରୁ ଅନ୍ତିମଙ୍କ ବ୍ୟତୀତ ୬୨ କିଗ୍ରାରେ ସୋନମ ରୌପ୍ୟ, ୬୫ କିଗ୍ରାରେ ପ୍ରିୟଙ୍କା ରୌପ୍ୟ, ୫୭ କିଗ୍ରାରେ ସିଟୋ ବ୍ରୋଞ୍ଜ, ୭୨ କିଗ୍ରାରେ ରିତିକା ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିଲେ । ବିଭିନ୍ନ ମହଲରୁ ଅନ୍ତିମଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
BREAKING NEWS
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
- ମୋ ଡିକ୍ସନାରୀରେ ‘ଡର’ ନାମକ କୌଣସି ଶବ୍ଦ ନାହିଁ…
- ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳି ନ ପାରନ୍ତି ପନ୍ତ
Comments are closed.