ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହୋଇଛି । ଏହା ଆଗାମୀ 24ଘଣ୍ଟା ଯାଏଁ ନିଜର ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି।
ଗଭୀର ଅବପାତର ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ଗତି ହେତୁ ଏହାର ଓଡିଶା ଉପରୁ ଆଜିଠାରୁ ପ୍ରଭାବ କମିବ । ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣରେ ଦୃଷ୍ଟାନ୍ତ ମୂଳକ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ଆଜି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବେଳେ ଆସନ୍ତା କାଲି ଗୋଟିଏରୁ ଦୁଇଟି ସ୍ଥାନରେ ସମ୍ଭାବନା ରହିଛି ବୋଲି ସୂଚନା ରହିଛି।
ଆଜି ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପୂର୍ବ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ପୂର୍ବ ରାଜସ୍ଥାନ ଏବଂ ପୂର୍ବ ମଧ୍ୟପ୍ରଦେଶର କିଛି ଅଂଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ପରବର୍ତ୍ତୀ 12 ଘଣ୍ଟା ମଧ୍ୟରେ ଉତ୍ତର ଛତିଶଗଡ ଉପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଅଳ୍ପ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି।
Comments are closed.