ଭୁବନେଶ୍ୱର: ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେଲେ ସମାଜରେ ସମାନତା ଆସିପାରିବ । ରାଜ୍ୟ ଅତିଥି ଭବନରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଡକ୍ଟର ଅଠାୱଲେ କହିଥିଲେ ଯେ ଭାରତ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହ ପାଇଁ ଅଢେଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଅନ୍ୟପକ୍ଷରେ ଓଡିଶା ସରକାରଙ୍କ ମଧ୍ୟ ଏପରି ଯୋଜନା ରହିଛି । କିନ୍ତୁ ଏଭଳି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ କହିଛନ୍ତି । ଓଡିଶାରେ ୨୦୨୦ଓ ୨୦୨୧ ମସିହାରେ ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା । ୨୦୨୧ ଓ ୨୦୨୨ ମସିହାକୁ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି । ଦିବ୍ୟାଙ୍ଗ, ବୟସ୍କ, ବିଧବାମାନଙ୍କର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ପ୍ରାୟ ୨୦ ଲକ୍ଷ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଏବଂ ବିଧବାମାନଙ୍କୁ ମାସିକ ୫୦୦ ଟଙ୍କାର ପେନସନ ମିଳୁଛି । ପେନସନ ହିତାଧିକାରୀଙ୍କ ସଂଖ୍ୟା ବଢାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।ଡକ୍ଟର ଅଠାୱଲେ ବିଭିନ୍ନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ଓଡିଶାରେ ଏସବୁ ଯୋଜନାର କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।
BREAKING NEWS
- ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ-ଏସଓଜି ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଗୁରୁତର
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ମତଦାନ କେନ୍ଦ୍ରରେ ଇଭିଏମ୍ ଅଚଳ, ଭୋଟର ଅସନ୍ତୁଷ୍ଟ
- ଆରମ୍ଭ ହେଲା ମୋଦୀଙ୍କ ମେଗା ରୋଡ ସୋ’, ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ
- ଭୟଙ୍କର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ୧୭ ଘଣ୍ଟା ପରେ ଠାବ ହେଲା ହେଲିକପ୍ଟର
- ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୮ ରାଜ୍ୟରେ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
- ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ: ଦର୍ଶନ ପରେ ରୋଡ ସୋ’ ଆରମ୍ଭ, ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ
- ବଙ୍ଗୋପସାଗରରେ ଦାନାବାନ୍ଧୁଛି ବାତ୍ୟା, ଓଡ଼ିଶାମୁହାଁ ହେବା ନେଇ ଆକଳନ
- ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୫ ଲୋକସଭା,୩୫ ବିଧାନସଭାର ଭାଗ୍ୟ ନିର୍ଦ୍ଧାରଣ
- ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ