Latest Odisha News

BREAKING NEWS

ଶ୍ୱେତାଙ୍କ ଅଡିଓ କଲ ଭାଇରାଲ: ବୟଫ୍ରେଣ୍ଡକୁ ସମନ କରିବ କମିଶନରେଟ ପୋଲିସ

ଭୁବନେଶ୍ୱରରେ: ମହିଳା ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ସମନ କରିବ କମିଶନରେଟ ପୋଲିସ। ଗତକାଲି ମୃତକଙ୍କ ପରିବାର ଲୋକେ ଥାନାରେ ସୌମ୍ୟଜିତଙ୍କ ନାଁରେ ଏତଲା ଦେବା ପରେ ଏବଂ ଶ୍ୱେତା ଆତ୍ମହତ୍ୟା କରିବା ପୂର୍ବରୁ ଶେଷ ଥର ପାଇଁ ସୌମ୍ୟଜିତଙ୍କ ସହ କଥା ହେବାର ଅଡିଓ ଭାଇରାଲ ହେବା ପରେ ପୋଲିସ ଏବେ ସୌମ୍ୟଜିତଙ୍କୁ ଥାନାକୁ ଡାକି ଜେରା କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

କେଉଁ କାରଣ ପାଇଁ ଶ୍ୱେତାଙ୍କ ସହ ବିବାଦ ହେଲା, କାହିଁକି ଶ୍ୱେତା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ଏବଂ କାହିଁକି ସେ ଫୋନ କଲରେ ଶ୍ୱେତାଙ୍କୁ ଧମକ ଚମକ ଦେଉଛନ୍ତି ଯେଉଁଥିପାଇଁ ଶ୍ୱେତା ଥାନାର ଦ୍ୱାରସ୍ଥ ହେବେ ବୋଲି କହୁଛନ୍ତି ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ସୌମ୍ୟଜିତଙ୍କୁ କମିଶନରେଟ ପୋଲିସ ସମନ କରିବ ବୋଲି ସୂଚନା ରହିଛି। ଶ୍ୱେତା ଆତ୍ମହତ୍ୟା କରିବା ପରେ ଏବେ କିନ୍ତୁ ସୌମ୍ୟଜିତ କେଉଁଠି ଅଛନ୍ତି ତାର କୌଣସି ସୂଚନା ମିଳିପାରିନି।

ଉଭୟ ଶ୍ୱେତା ଏବଂ ସୌମ୍ୟଜିତ ଭୁବନେଶ୍ୱରର ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ଉଭୟ ପରସ୍ପରକୁ ପ୍ରେମ କରୁଥିବା ସୂଚନା ରହିଛି। ଉଭୟ ପରସ୍ପରର ଅତି ନିକଟତର ଥିଲେ ବୋଲି ସୂଚନା ରହିଛି। ସୌମ୍ୟଜିତ ଚାକିରି ଛାଡି ଏମବିଏ କରୁଥିଲେ। ଏବେ ପୋଲିସ ସଂପୃକ୍ତ ଏମବିଏ କଲେଜରେ ସୌମ୍ୟଜିତଙ୍କୁ ଖୋଜାଖୋଜି କରୁଛି। ରବିବାର ଭୁବନେଶ୍ୱରର ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ଶ୍ୱେତାଙ୍କ ମୃତଦେହ ମିଳିବା ପରେ ସୌମ୍ୟଜିତ ପୋଲିସ ରାଡାରରେ ରହିଛନ୍ତି।

ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱେତାଙ୍କ ବୟଫ୍ରେଣ୍ଡ ତାଙ୍କୁ ବ୍ଲାକମେଲ କରିବା ପରେ ସେ ଚରମ ପଦକ୍ଷେପ ନେଇଥିଲେ। ମୃତକ ରହୁଥିବା ଆପାର୍ଟମେଣ୍ଟରୁ ପୋଲିସ ଏକ ଡାଏରୀ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି। ଡାଏରୀରେ ଶ୍ୱେତା ପ୍ରେମିକଙ୍କ ନାମ ସୋମ୍ୟଜିତଙ୍କ ବାବଦରେ ଅନେକ କିଛି ଲେଖିଥିବା ସୂଚନା ରହିଛି।

Leave A Reply

Your email address will not be published.