ନୂଆଦିଲ୍ଲୀ: ଭୂଲ ବଶତଃ ପାକିସ୍ତାନରେ ପଡିଥିବା ବ୍ରହ୍ମୋଶ ମିସାଇଲ ଘଟଣାର ତଦନ୍ତ ଶେଷ ହୋଇଛି । ଏଥିରେ ବାୟୁସେନାର ୩ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସେବାନିବୃତ କରାଯାଇଛି । ୨୩ ଅଗଷ୍ଟରେ ବିଧିବଦ୍ଧ ଭାବେ ଏ ନେଇ ନୋଟିସ ଜାରୀ କରାଯାଇଛି । ଦୋଷୀ ଅଧିକାରୀଙ୍କ ମଧ୍ୟରେ ଜଣେ ଗ୍ରୁପ କ୍ୟାପଟେନ, ୱିଙ୍ଗ କମାଣ୍ଡର ଓ ସ୍କ୍ୱାଡ୍ରନ ଲିଡର ରହିଛନ୍ତି । ୯ ମାର୍ଚ୍ଚ ୨୦୨୨ରେ ବୈଷୟିକ ତ୍ରୁଟି ଯୋଗୁ ବ୍ରହ୍ମୋସ ମିସାଇଲ ଭୁଲ ବଶତଃ ଫାୟାର ହୋଇଥିଲା ଏବଂ ଏହା ପାକିସ୍ତାନ ସୀମାରେ ପଡିଥିଲା ।
ହରିୟାଣାର ସିରସାରୁ ଯାଇଥିବା ଏହି ମିସାଇଲ ସୁରତଗଡ ଦେଇ ସନ୍ଧ୍ୟା ୬ଟା୪୩ରେ ପାକିସ୍ତାନ ସୀମାର ୧୨୪ କିଲୋମିଟର ଭିତରେ ପଡିଥିଲା । ପାକିସ୍ତାନ ଏହି ଘଟଣାରେ ଭାରତକୁ ଘେରିବା ଆରମ୍ଭ କରିଥିଲା । ଶେଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଦୁଃଖ ପ୍ରକଟ କରାଯିବ ସହ ଘଟଣାର ତଦନ୍ତ କରାଯିବ ବୋଲି ଆଶ୍ୱସନା ଦେଇଥିଲେ । ଭାଗ୍ୟବଶତଃ ଏହି ଦୁର୍ଘଟଣାରେ ବିଶେଷ କ୍ଷୟକ୍ଷତି ଘଟି ନ ଥିଲା ।
Comments are closed.