Latest Odisha News

BREAKING NEWS

ପଡ଼ୋଶୀ ଶତ୍ରୁ ସହ ମୁକାବିଲା ପାଇଁ ଭାରତର ରଣନୀତି

ନୂଆଦିଲ୍ଲୀ: ଭାରତର ଦୁଇ ପଡ଼ୋଶୀ, ଦୁଇ ଶତ୍ରୁ । ଦୀର୍ଘ ବର୍ଷରୁ ପାକିସ୍ତାନ ଭାରତର ଶତ୍ରୁ ରହିଥିବା ବେଳେ ଚୀନ ବି ସମ୍ପର୍କ ଖରାପ କରିବାରେ ଲାଗିଛି । ୧୯୯୦ ମସିହାର ରାଜିନାମାକୁ ଉଲ୍ଲଂଘନ କରି ଚୀନ ଏଲ୍ଏସିରେ ସୈନିକ ଠୁଳ କରୁଛି । ଯାହାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଉଭୟ ଦେଶ ମଧ୍ୟରେ ସମ୍ପର୍କ ମୁସ୍କିଲ୍ ସମୟ ଦେଇ ଗତି କରୁଛି ।

ଚଳିତ ମାସ ଆରମ୍ଭରେ ଭାରତ ଓ ଆମେରିକାର ସ୍ୱତନ୍ତ୍ର ଫୋର୍ସ ‘ବ୍ରଜ ପ୍ରହାର’ ନାଁରେ ମିଳିତ ସୈନ୍ୟ ଅଭ୍ୟାସ ହିମାଚଳ ପ୍ରଦେଶରେ ଆରମ୍ଭ କରିଥିଲେ । ଏଥିସହ ଆଗାମୀ ଅକ୍ଟୋବରରେ ଭାରତ ଓ ଆମେରିକାର ସୈନ୍ୟ ମିଳିତ ଭାବେ ଉତ୍ତରାଖଣ୍ଡର ଓଲିରେ ୧୦ ହଜାର ଫୁଟ୍ ଉଚ୍ଚରେ ଯୁଦ୍ଧାଭ୍ୟାସ ନାଁରେ ସୈନ୍ୟ ଅଭ୍ୟାସ କରିବେ । ଆଉ ସବୁଠାରୁ ବଡ଼ କଥା ହେଉଛି ଏହି ସୈନ୍ୟଭ୍ୟାସ ଚୀନ ସୀମାଠାରୁ ୧୦୦ କିଲୋମିଟର ଦୂରରେ ହେବ ।

ଏହା ଛଡ଼ା ଚର୍ଚ୍ଚା ହେଉଛି ଭାରତ, ଋଷ ଠାରୁ କିଣୁଥିବା ଏସ୍-400 ସରଫେସ ଟୁ ଏୟାର ମିସାଇଲ୍ ଭାରତୀ ଓ ଚୀନ ସୀମା ଏଲଏସିରେ ମୁତୟନ କରାଯାଇ ପାରେ । ପୂର୍ବରୁ ଫ୍ରାନ୍ସରୁ କିଣା ଯାଇଥିବା ଯୁଦ୍ଧ ବିମାନ ରାଫେଲକୁ ପଶ୍ଚିମବଙ୍ଗର ହାଶିମାରା ଏୟାର ବେସରେ ମୁତୟନ କରାଯାଇଛି । ହାଶିମାରା ଏୟାର ବେସରୁ ଭୁଟାନ ଓ ଚୀନ୍ ସୀମା ଉପରେ ନଜର ରଖାଯାଇ ପାରୁଛି ।

ପୂ୍ର୍ବ ଲଦାଖ ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ଉତ୍ତେଜନା ପରେ ୧୬ଥର କୋର କମାଣ୍ଡରସ୍ତରୀୟ ଆଲୋଚନା ସରିଛି । ତଥାପି ଲମ୍ବା କଥାବାର୍ତ୍ତା ପରେ ସେଭଳି ସଫଳତା ମିଳି ନାହିଁ । ୨୦୨୧ ଫେବ୍ରୁଆରୀରେ ଉଭୟ ପକ୍ଷ ପ୍ୟାଙ୍ଗ୍ୟୋଗ ହ୍ରଦରୁ ହଟିବା ପାଇଁ ଏକମତ ହୋଇଥିଲେ । ଅଗଷ୍ଟ ୨୦୨୧ରେ ଉଭୟ ପକ୍ଷର ସେନା ଗୋଗରା-ହଟ୍ ସ୍ପ୍ରିଙ୍ଗ୍ କ୍ଷେତ୍ରର ପାଟ୍ରୋଲିଂ ପଏଣ୍ଟ ୧୭ରୁ ହଟିଥିଲେ ।

Leave A Reply

Your email address will not be published.