ଭୁବନେଶ୍ୱର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ନେଇ ସ୍ଥାନୀୟ ଲୋକ ଏବଂ ବିଏମସି ମେୟର, କମିଶନର ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ସଫଳ ହୋଇପାରିନି। ଦୀର୍ଘ ଦିନ ଧରି ଅଳିଆ ଫିଙ୍ଗିବାକୁ ନେଇ ଜାରି ରହିଥିବା ବିବାଦ ଏବେ ଜୋର ଧରିଛି। ତେଣୁ ବିବାଦର ସମାଧାନ କରିବାକୁ ବୈଠକ ବସିଥିଲା। ହେଲେ କୌଣସି ନିର୍ଯାସ ବାହାରିପାରିନି । ବରଂ ଏହା ଲମ୍ବିଛି।
ବୈଠକ ପରେ ମେୟର ସୁଲୋଚାନା ଦାସ କହିଛନ୍ତି ଯେ ଦୁଇ ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ଆଶା କରାଯାଉଛି। ବୈଠକରେ ସ୍ଥାନୀୟ ଲୋକଙ୍କ ସହ ହୋଇଥିବା ଆଲୋଚନା ସକାରାତ୍ମକ ରହିଛି ବୋଲି ମେୟର କହିଛନ୍ତି। ଖୁବ୍ ଶୀଘ୍ର ବିବାଦର ପୂର୍ଣ୍ଣଛେଦ ପଡ଼ିବ ବୋଲି ସେ କହିଛନ୍ତି।
ବୈଠକରେ ଉପସ୍ଥିତ ଥିବା ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ କହିଛନ୍ତି, ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଦୁଇ ଦିନ ପରେ ଏକ ଗ୍ରାମ ସଭା ଅନୁଷ୍ଠିତ ହେବ। ଏ ନେଇ ଲୋକଙ୍କ ସହ ବିସ୍ତୃତ ଭାବରେ ଆଲୋଚନା ହେବ। କିନ୍ତୁ ସେପର୍ଯ୍ୟନ୍ତ ଅଳିଆ ପଡିପାରିବ ନାହିଁ ।
ଉଲ୍ଲେଖଯୋଗ୍ୟ, ବିଏମସି ଅଳିଆ ଆବର୍ଜନା ପକାଇବାକୁ ବିରୋଧ କରି ଦାରୁଠେଙ୍ଗବାସୀ ବିରୋଧ କରୁଛନ୍ତି। ଏମିତିକି ବିଏମସି ଯଦି ପୋଲିସ ଛାଉଣି କରି ବଳପୂର୍ବକ ଅଳିଆ ପକାଇବ ତାହେଲେ ଗାଁ ଲୋକେ ମଧ୍ୟ କଡା ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ରାଜଧାନୀର ଅନ୍ୟ ଲୋକ ସୁସ୍ଥ ପରିବେଶ ଭିତରେ ରହିବେ ତାହେଲେ ସେମାନେ କାହିଁକି ପୁତିଗମନ୍ଧମୟ ଓ ଅସ୍ୱାସ୍ଥ୍ୟକର ପରିବେଶରେ ରହିବେ।
ବିଏମସି ଦ୍ୱାରା ଡକାଯାଇଥିବା ଏହି ବୈଠକରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ସମସ୍ତ କର୍ପୋରେଟର, ବରିଷ୍ଠ ଅଧିକାରୀ, ଦାରୁଠେଙ୍ଗ ସରପଞ୍ଚ ଚକ୍ରବର୍ତ୍ତୀ ଏବଂ ବ୍ଲକର ନିର୍ବାଚିତ ସଦସ୍ୟମାନେ ଯୋଗ ଦେଇଥିଲେ।
A meeting was held today at BMC on Bhuasuni dumping yard. Hon'ble Mayor, MLA Jatni, Commissioner BMC, Addl. Comm BMC, DCP Police, Sarphan Daruthenga, Police team, Team BMC & villagers were present. The discussion was positive. The villagers have shown their cooperative response. pic.twitter.com/UfPjUvFNJz
— BMC (@bmcbbsr) August 27, 2022
Comments are closed.