Latest Odisha News

BREAKING NEWS

ଦର ଦାମ ବଢୁଛି, ଭାରି ବାଧୁଛି: ନଜର ପକାନ୍ତୁ କେମିତି ବଢିଛି ଦର?

ଭୁବନେଶ୍ୱର: ବଡ଼ ବାଧିଲାଣି ଦର ବୃଦ୍ଧି । ବଜାରକୁ ମାର୍କେଟିଂ କରିବାକୁ ଯିବାକୁ ହେଲେ ହଜାରେ ଟଙ୍କାରେ ବି ଅଣ୍ଟୁନି ଗ୍ରୋସରୀ ଓ ପରିବା ବ୍ୟାଗ । ଯାହାକୁ ନେଇ ସାଧାରଣ ଲୋକ ଏବେ ଚିନ୍ତାରେ। ଯଦିଓ ଏବେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ହେଲେ ବିଭିନ୍ନ ଆର୍ଥିକ ନୀତିରେ ପରିବର୍ତ୍ତନ ଲୋକଙ୍କୁ ମହଙ୍ଗା ମାଡରେ ଅଣ ନିଃଶ୍ୱାସୀ କରି ପକାଇଛି। ଗୋଟିଏ କି ଦୁଇଟି ଜିନିଷ ନୁହେଁ ଅନେକ ଜିନିଷର ଦରଦାମ ବୃଦ୍ଧି ହୋଇଛି। ଯେଉଁଥିରେ ଡାଲି, ଚାଉଳ, ଅଟା, ମଇଦା ସମେତ ଅନେକ କିଛି ସାମଗ୍ରୀ ରହିଛି। ଯାହାକୁ ଛାଡି ମଣିଷ ରୋଷେଇ କିପରି କରିବ ସେ ଦିଗରେ ଭାବିବି ପାରିବ ନାହିଁ।

ଦର ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ ଖୁଚୁରା ବଜାରରେ ଗତ ୧୫ ଦିନ ଭିତରେ ବିଭିନ୍ନ ଦର ବୃଦ୍ଧି ପାଇଛି। ଯେଇଁ ଚାଉଳ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା। ତାହା ଏବେ ୫ରୁ ୬ ଟଙ୍କା ବଢ଼ିଛି। ସେହିପରି ଡାଲି କିଲୋ ୯୦ ଟଙ୍କା ପରିବର୍ତ୍ତେ ୧୧୦୦ ପାଖାପାଖି ବିକ୍ରି ହେଉଛି କିଲୋ ପିଛା। ଆଉ ଅଟା ୨ରୁ ୩ ଟଙ୍କା, ସୁଜି ୩ରୁ ୪ ଟଙ୍କା, ମଇଦା ୫ ଟଙ୍କା ବୃଦ୍ଧି ପାଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଗହମ ଏବଂ ଅଟା ଦର ନିୟନ୍ତ୍ରଣ କରିବାକୁ ସରକାର ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। ବିଭିନ୍ନ ଦେଶରେ ଏବେ ମରୁଡି ଭଳି ପରିସ୍ଥିତି ଉପୁଜିଥିବାରୁ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି। ସର୍ବାଧିକ ଚାଉଳ ଉତ୍ପାଦନକାରୀ ଦେଶ ଭାବେ ଚୀନ୍ ଏବଂ ଭାରତ ରହିଛି। ହେଲେ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଚାଉଳର ଚାହିଦା ଅଧିକ ରହିଛି। କିନ୍ତୁ ଏଯାବତ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇବା ନେଇ କୌଣସି ନିଷ୍ପତ୍ତି ନେଇନି ଭାରତ। ଯଦି ଆଗାମୀ ଦିନରେ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାନ୍ତି ତେବେ ସାଧାରଣ ଖାଉଟିଙ୍କ ଉପରେ କି ପ୍ରଭାବ ପଡୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.