Latest Odisha News

BREAKING NEWS

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ: ଦେବାଶିଷ ମହାନ୍ତି ପାଇଲେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ଭୁବନେଶ୍ବର: ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାକ କ୍ରୀଡା ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ  ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯାଇଥିବା ବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ଦିଆଯାଇଛି ।

ଖେଳର ପ୍ରୋତ୍ସାହନରେ ଆଜୀବନ ସଫଳତା ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପୂର୍ବତନ ଓଡିଆ ଆନ୍ତର୍ଜାତୀୟ କ୍ରିକେଟର ଦେବାଶିଷ  ମହାନ୍ତିଙ୍କୁ ପ୍ରଦାନ କରାଯିବା ସହ  3 ଲକ୍ଷ ଟଙ୍କା ଏବଂ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ।

ହକିରେ କମନୱେଲଥ ଗେମ୍ସ 2022 ପଦକ ବିଜେତା  ଅମିତ ରୋହିଦାସ ଏବଂ ଦୀପ ଗ୍ରେସ ଏକକାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ସିଲଭର ଜିତିବା ପାଇଁ ଅମିତଙ୍କୁ 75 ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିଥିବାବେଳେ ଦୀପ ବ୍ରୋଞ୍ଜ ଜିତିବା ପାଇଁ 50 ଲକ୍ଷ ଟଙ୍କା ପାଇଥିଲେ।

କମନଓ୍ବେଲଥ ଗେମରେ ଭାଗନେଇଥିବା ଶ୍ରାବଣୀ ନନ୍ଦ, ଦୂତି ଚାନ୍ଦ ଓ ଚେସ କ୍ରୀଡ଼ାବିତ ପଦ୍ମିନୀ ରାଉତଙ୍କୁ ୭.୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି    । ଜଟଣୀ ବିଧାୟକ ସୁରେଶ ରାଉତଙ୍କ ପୁଅ ସିଦ୍ଧାର୍ଥ ରାଉତଙ୍କୁ ଏଭରେଷ୍ଟ ପର୍ବତ ଆହୋରଣ ପାଇଁ  ତିନି ଲକ୍ଷ ଟଙ୍କା  ପୁରସ୍କାର ପ୍ରଦାନ କରାଯାଇଛି ।

14 ବର୍ଷୀୟ ପ୍ରତାପ ତରାଇ ଏବଂ 10 ବର୍ଷ ବୟସ୍କା ସୁଭାଷ୍ରୀ ରାଉତଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ସ୍ବରୂପ ଏକ ଲକ୍ଷଟଙ୍କା ପ୍ରଦାନ କରାଯାଇଥିଲା  ।

କୋଚ ବିଷ୍ଣୁ ମିଶ୍ରଙ୍କୁ କୋଚିଂରେ ଉତ୍କର୍ଷତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବା ସହ 1 ଲକ୍ଷ ଟଙ୍କା ପ୍ରଦାନ ଏବଂ ଟ୍ରଫି କରାଯାଇଥିଲା ।

କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବେଣୁଧର ଦାସଙ୍କୁ  50,000 ଟଙ୍କା ସହ  ଟ୍ରଫି ପ୍ରଦାନ କରାଯାଇଥିଲା ।

କ୍ରୀଡା ଏବଂ ଖେଳର ଶ୍ରେଷ୍ଠ ଅବଦାନ ପାଇଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି)କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ସହ  1 ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।

ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ, ଓଡିଶାର 53 ଜଣଙ୍କୁ  କ୍ରୀଡ଼ାବିତ୍ ଙ୍କୁ  ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଚମତ୍କାର ପ୍ରଦର୍ଶନ ପାଇଁ 291 କ୍ରୀଡ଼ାବିତଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିଭଳି ଚେସ ଖେଳାଳି ସାଇନା ସାଲୋନିକାଙ୍କୁ 1.5 ଲକ୍ଷ ଟଙ୍କା, ଫୁଟବଲ ଖେଳାଳି ଟଙ୍କଧର ବ୍ୟାଗକୁ 2 ଲକ୍ଷ ଟଙ୍କା, ଦୃଷ୍ଟିହୀନ ଚେସ ଖେଳାଳି ସୈାନ୍ଦର୍ଯ୍ୟା ପ୍ରଧାନଙ୍କୁ 2 ଲକ୍ଷ ଟଙ୍କା, ହ୍ୱିଲ ଚେୟାର ଫେନସର, ଭି ରମେଶ ରାଓ, ରାଖଲ ସେଠୀଙ୍କୁ 2 ଲକ୍ଷ ଟଙ୍କା ଏବଂ ମାଳତି ପାନୁର 3 ଲକ୍ଷ ଟଙ୍କା କ୍ରୀଡା ମନ୍ତ୍ରୀ ପ୍ରଦାନ କରିଛନ୍ତି ।

କ୍ରୀଡା ଏବଂ ଯୁବ ସେବା ବିଭାଗ ଦ୍ୱାରା ମୋଟ 2, 12, 82,500 ଟଙ୍କା ପୁରସ୍କାରରେ ପ୍ରଦାନ କରାଯାଇଥିଲା |

ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । କହିଥିଲେ କ୍ରୀଡ଼ାବିତଙ୍କୁ  ସମ୍ମାନ ଦେବା ଆମ ପାଇଁ ଗର୍ବର କଥା। କ୍ରୀଡ଼ା ବ୍ୟକ୍ତିବିଶେଷଙ୍କ ସଫଳତା, ଅଧିକ ଯୁବକମାନଙ୍କୁ କ୍ରୀଡ଼ାକୁ କ୍ୟାରିୟର ଭାବରେ ଗ୍ରହଣ କରିବାକୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମର୍ଥନ ପାଇଁ ଖୁସି ବ୍ୟକ୍ତ କରିଥିଲେ ।  ଓଡ଼ିଶାରେ କ୍ରୀଡ଼ାକୁ ନିରନ୍ତର ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଲୋକସେବା ଭବନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ପ୍ରମୋସନ କାଉନସିଲର ଚେୟାରମ୍ୟାନ  ଦିଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ଜେନା, 5ଟି ସେକ୍ରେଟେରୀ ଭି.କେ ପାଣ୍ଡିଆନ, କମିଶନର କମ ସଚିବ, ଆର ଭିନେଲ କିଷ୍ଣାଙ୍କ ସହ କ୍ରୀଡା ଏବଂ ଯୁବ ସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.